www.samajalive.in
Monday, December 8, 2025
14.1 C
Bhubaneswar

ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ

ସମାଜ ଡିଜିଟାଲ ଡେସ୍କ: ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ ସେମାନେ ବହୁତ ପ୍ରସିଦ୍ଧ ହୋଇଯାଇଛନ୍ତି ବୋଲି କସୁରୀ କହିଥିଲା।

ପହଲଗାଓଁ ଆକ୍ରମଣ ପାଇଁ କସୁରୀ ଷଡ଼ଯନ୍ତ୍ରକାରୀ ନୁହେଁ ବୋଲି କହିଥିଲା। କିନ୍ତୁ ଲାହୋର ରାଲିରେ ଏଭଳି ମନ୍ତବ୍ୟ ଦେବା ପରେ ତା’ର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଶୋଭାଯାତ୍ରା ସଭାମଞ୍ଚରେ କସୁରୀ ସହିତ ଲଶ୍କର ମୁଖ୍ୟ ହାଫିଜ ସଇଦ ପୁଅ ତହ୍ଲା ସଇଦ, ପଞ୍ଜାବ ପ୍ରଦେଶ ବିଧାନସଭା ବାଚସ୍ପତି ମଲିକ ଅହମଦ ଖାନ ବି ଉପସ୍ଥିତ ଥିଲେ।

- Advertisement -

ହାଫିଜ ସଇଦ ପୁଅ ତହ୍ଲା କହିଥିଲା ପାକ୍ ସେନାର ଅପରେସନ ବୁନୟାନ ଅଳ-ମାରସୁସକୁ ପ୍ରଶଂସା କରିଥିଲା। ଯେଉଁମାନେ ଜିହାଦକୁ ଭଲପାଆନ୍ତି, ସେମାନଙ୍କୁ ଆଲ୍ଲା ଭଲପାଆନ୍ତି ବୋଲି କହିଥିଲା। ଏହି ସମୟରେ କସୁରୀ ଏବଂ ଅନ୍ୟମାନେ ଖୁସି ମନାଇଥିଲେ।

କସୁରୀ ଆହୁରି କହିଥିଲା ଯେ, ନରେନ୍ଦ୍ର ମୋଦୀ ଭାବୁଛି ଆମେ ଗୁଳିକୁ ଡରିବା ଲୋକ। ଏହା ଭାବିବା ମୋଦୀର ଭୁଲ।

ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ପାକ୍ ଭୟଭୀତ ହୋଇ ଅସ୍ତ୍ରବିରତି ପାଇଁ କାକୁତିମିନତି ହୋଇଥିଲା। କିନ୍ତୁ ଏସବୁ ପାକିସ୍ତାନର ଏକ ଅଭିନୟ ବୋଲି କୁହାଯାଉଛି। ଉପରେ ଶାନ୍ତି ପ୍ରସ୍ତାବ ଦେଇ ଭିତରେ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ସ୍ପଷ୍ଟ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories