www.samajalive.in
Monday, December 8, 2025
13.1 C
Bhubaneswar

ଆମ୍ବ କିଲୋ ଲକ୍ଷେ ଟଙ୍କା ; ଭୁବନେଶ୍ବରରେ ମେଲିଛି ଆମ୍ବର ପସରା

ଭୁବନେଶ୍ବର : ଆମ୍ବ କିଲୋ ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ଜାପାନ ଭେରାଇଟିର ମିଆଜାକି ଆମ୍ବର ପସରା ଭୁବନେଶ୍ବରରେ ମେଲିଛି। ଏହି ଆମ୍ବର ମୂଲ୍ୟ ବିଦେଶରେ ଏକଲକ୍ଷ ଟଙ୍କାରୁ ଅଧିକ। ତେବେ ଓଡ଼ିଶାରେ ଏହି ଆମ୍ବ ଉତ୍ପାଦନ ହେଉଛି। ରାଜ୍ୟରେ ଏହି ଆମ୍ବର ଦାମ୍‌ କମ୍‌ ଥିଲେ ବି ଦେଶ ବାହାରେ ଏହାର ମୂଲ୍ୟ ଅଧିକ।
ଭୁବନେଶ୍ବର ଆଇସିଏଆରଠାରେ ଅନୁଷ୍ଠିତ ଆମ୍ବ ପ୍ରଦର୍ଶନୀରେ ଏଭଳି ଆମ୍ବ ଦେଖିବାକୁ ମିଳିଥିଲା। ବରଗଡ଼ରେ ଫାର୍ମରେ ଫଳୁଚି ଏହି ଆମ୍ବ। ଏନେଇ ଆମ୍ବ ଚାଷୀଙ୍କ କହିବା କଥା ହେଲା, ଆମ୍ବର କ୍ବାଲିଟି ଭଲ ଓ ସ୍ବାଦ ମଧ୍ୟ ଭଲ ରହିଛି। ଉପହାର ଦେବା ପାଇଁ ଏହା ବେଶ୍ ଭଲ। ଏହି ଆମ୍ୱରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ବାବୁ ସିଂ, କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଏହି ଆମ୍ବ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏଠାରେ ଭଳିକି ଭଳି ଆମ୍ବର ପସରା ଖୋଲିଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories