www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

ନୂଆଦିଲ୍ଲୀ : ଅହିରାଜ ସାପ ଦୁନିଆରେ ଥିବା ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହା ବିଷାକ୍ତ ସାପ । ଏହି ସାପର ନାଁ ଶୁଣିବା ମାତ୍ରେ ସଭିଏଁ ଭୟରେ ଥରିବାକୁ ଲାଗି ଥାନ୍ତି । ମାତ୍ର ଚିନ୍ତା କରନ୍ତୁ ଯଦି ଅହିରାଜ ଭଳି ସାପ ଫଣା ଟେକି ଏକ କୁନି ଶିଶୁ ସାମ୍ନାରେ ରହିଥାଏ, ତେବେ ପରିସ୍ଥିତି କ’ଣ ହେବ । କେହି କେବେ ଏହା କଳ୍ପନା ମଧ୍ୟ କରି ନଥିବେ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏଭଳି ଏକ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇ ଦେଇଛି । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ସହ ଭୟଭୀତ କରୁଛି ।


ଭିଡିଓରେ ଦେଖିପାରିବେ ଏକ ଶିଶୁ ସାମ୍ନାରେ ଅହିରାଜ ସାପଟି ଫଣା ଟେକି ରହିଛି । ପ୍ରଥମେ ଏପରି ଅନୁଭବ ହେଉଛି, ଯେପରି କିଛି ଅଘଟଣ ଘଟିବ । ମାତ୍ର କିଛି ସମୟରେ ସମ୍ପୂର୍ଣ୍ଣ ବିପରୀତ ଘଟଣା ଦେଖିବାକୁ ମିଳୁଛି । ସାପଟି ଶିଶୁର କୌଣସି କ୍ଷତି କରୁ ନାହିଁ । ଶିଶୁଟି ମଧ୍ୟ ସାପକୁ ଆଦୌ ଭୟ କରୁନଥିବା ଦେଖାଯାଉଛି । ଯେପରି ତା’ ସାମ୍ନାରେ କୌଣସି ଖେଳନା ରହିଛି ଓ ସେ ଖେଳୁଛି । ଶିଶୁଟି କେତେବେଳେ ସାପର ବେକକୁ ଧରୁଛି ତ ପୁଣି କେତେବେଳେ ଫଣାରେ ହାତ ଲଗାଉଛି । ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

- Advertisement -

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories