www.samajalive.in
Saturday, December 6, 2025
26.1 C
Bhubaneswar

ଶେହବାଜ ମାନିଲେ: ପାକ୍‌ସେନା କିଛି ବୁଝିବା ପୂର୍ବରୁ ବ୍ରହ୍ମସ କରାମତି ଦେଖାଇଥିଲା

ଇସଲାମାବାଦ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ଚଳିତମାସ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ଆରମ୍ଭ ହୋଇଥିଲା। ପ୍ରଥମ ରାତିରେ ପାକିସ୍ତାନର ଏକାଧିକ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ପରେ ଭାରତୀୟ ସେନା ମେ’ ୮ରେ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଉପରେ ପୁଣି ଆକ୍ରମଣ କରିଥିଲା। ଏଥିଯୋଗୁଁ ଏହି ଘାଟିଗୁଡିକରେ ବ୍ୟାପକ କ୍ଷତି ଘଟିଥିଲା। ପାକିସ୍ତାନ ପ୍ରଥମେ ଏହି କ୍ଷୟକ୍ଷତିକୁ ଅସ୍ବୀକାର କରିଥିବାବେଳେ ବର୍ତ୍ତମାନ ସ୍ବର ବଦଳାଇଛି। ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ମେ’ ୯ ରାତିରେ ପାକିସ୍ତାନ ସେନା କିଛି ବୁଝିବା ପୂର୍ବରୁ ଭାରତର ବ୍ରହ୍ମସ୍‌ କ୍ଷେପଣାସ୍ତ୍ର ତାହାର କରାମତି ଦେଖାଇଥିଲା।
ସଂପ୍ରତି ଆଜରବୈଜାନ ଗସ୍ତରେ ଯାଇଥିବା ଶେହବାଜ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଏହି ପ୍ରସଙ୍ଗକୁ ସ୍ବୀକାର କରିଛନ୍ତି। ମେ’ ୧୦ ସକାଳୁଆ ନମାଜପାଠ (ଭୋର ୪ଟା ୩୦) ପରେ ଭାରତ ଉପରେ ଆକ୍ରମଣ କରିବାକୁ ସ୍ଥଳ ସେନାଧ୍ୟକ୍ଷ ଅସିମ ମୁନିରଙ୍କ ନେତୃତ୍ବାଧୀନ ପାକ୍‌ ସେନା ରଣନୀତି ଚୂଡାନ୍ତ କରିଥିଲା। ତେବେ ୧୦ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ଭାରତର ବ୍ରହ୍ମସ୍‌ କ୍ଷେପଣାସ୍ତ୍ର ପାକିସ୍ତାନର ଏକାଧିକ ସାମରିକ ଘାଟିକୁ ଧ୍ବସ୍ତବିଧ୍ବସ୍ତ କରିଥିବା ଶେହବାଜ କହିଛନ୍ତି। ଫଳରେ ପାକିସ୍ତାନର ଏଭଳି ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରାଯାଇନଥିଲା ବୋଲି ସେ କହିଛନ୍ତି। ସବୁ କିଛି ଶେଷ ହେବାପରେ ମୁନିର ଏହି ଆକ୍ରମଣ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ବୋଲି ଶେହବାଜ ସ୍ବୀକାର କରିଛନ୍ତି। ବିଶେଷ କରି ଭାରତର ଏହି ଆକ୍ରମଣରେ ରାୱଲପିଣ୍ଡିର ଚକ୍‌ଲାଲାସ୍ଥିତ ନୂର ଖାନ୍‌ ବାୟୁସେନା ଘାଟିରେ ବ୍ୟାପକ କ୍ଷତି ଘଟିଥିବା ସେ କହିଛନ୍ତି। ଉକ୍ତ ଦିନ ଭାରତୀୟ ସେନା ଆକ୍ରମଣରେ ରାୱଲପିଣ୍ଡି ବ୍ୟତୀତ ରଫିକି, ମୁରିଦ, ରହିମ ୟାର ଖାନ୍‌, ସୁକ୍କୁର, ଚୁନିଆନ, ସ୍କାରଦୁ, ଭୋଲାରି, ଜାକୋବାବାଦ ଓ ସରଗୋଦା ଭଳି ସାମରିକ ପ୍ରତିଷ୍ଠାନ ଓ ବାୟୁସେନା ଘାଟିର ବ୍ୟାପକ କ୍ଷତି ଘଟିଥିଲା। ଭାରତର ଲଢୁଆ ସୁଖୋଇ ବିମାନରୁ ପାକିସ୍ତାନର ବାୟୁସେନା ଘାଟି ଉପରେ ୧୫ଟି ବ୍ରହ୍ମସ୍‌ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ବ୍ରହ୍ମସ୍‌ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ନଷ୍ଟ କରିବାକୁ ପାକିସ୍ତାନ ରଖିଥିବା ଚୀନ୍‌ ନିର୍ମିତ ଏଚ୍‌କ୍ୟୁ-୯ କ୍ଷେପଣାସ୍ତ୍ର ବିଫଳ ପ୍ରମାଣିତ ହୋଇଛି।

Hot this week

ବିଜେପିରେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories