www.samajalive.in
Tuesday, December 9, 2025
16.1 C
Bhubaneswar

ବଡ ସଫଳତା ; ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଗିରଫ

କୋରାପୁଟ : କୋରାପୁଟ ପୁଲିସକୁ ମିଳିଛି ବଡ ସଫଳତା। ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁଟ ପୁଲିସ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ଗିରଫ କରିଛି । ମାଓବାଦୀ ହିଡମା ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତା’ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ୍, ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କି.ଗ୍ରା. ଗନ ପାଉଡର୍, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।
ଏସପି ଶ୍ରୀ ବର୍ମାଙ୍କ ସୂଚନା ମୁତାବକ, ୨୮ ମଇ, ୨୦୨୫ ରାତିରେ ବୈପାରୀଗୁଡା ଥାନା ଅଧୀନ ପେଟଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏସଡିପିଓ ଜୟପୁର ଶ୍ରୀ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଡିଭିଏଫ ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରି ଡିଭିଏଫ ଟିମ ଉପରେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ଡିଭିଏଫ ଦଳ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଧରା ପଡିଯାଇଥିଲା ।

- Advertisement -

ସୂଚନାଯୋଗ୍ୟ, ୨୦୨୧ରେ ଛତିଶଗଡର ଚାନ୍ଦମେଟା, ୨୦୨୩ରେ କୋଲେଙ୍ଗଡବା, ୨୦୨୦ରେ ଓଡିଶାର କୋଣ୍ଡାଝରି, ଏବଂ ୨୦୨୧ରେ କୁମ୍ଭିଖରିରେ ହୋଇଥିବା ମାଓବାଦୀ ଘଟଣାରେ ହିଡମାର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା। ଏହାସହ ଓଡିଶାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାରେ ୪ଟି ମାମଲା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ୩ଟି ମାମଲା ରହିଛି। ଏହାବ୍ୟତୀତ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ହିଡମା ଜଡିତ ଥିବା ପୁଲିସ ସୂଚନା ପାଇଛି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ, ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ଏହି ରାଶିଙ୍କ ପାଇଁ ଖୋଲିବେ ଧନର ଦ୍ୱାର, ହେବ ବିବାହ, ଅଟକି ରହବିନି କିଛି କାମ..

ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍‌ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories