www.samajalive.in
Monday, December 8, 2025
13.1 C
Bhubaneswar

ସିନେମାରେ ମଧୁବାବୁ

ଭୁବନେଶ୍ୱର : ଓଡ଼ିଆ ସିନେମାକୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି ଓଲିଉଡର ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ। ଆର୍ ଆର୍ ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନର ଏହା ୨୬ ତମ ଅବଦାନ।
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ମଧୁ ବାରିଷ୍ଟର ଓଡ଼ିଆ ଜାତିର କର୍ଣ୍ଣଧାର ଶୀର୍ଷକ ଏକ ସିନେମା ପ୍ରସ୍ତୁତ ନେଇ ଘୋଷଣା ହୋଇଛି।
ସ୍ୱତନ୍ତ୍ର ଓଡିଶା ପାଇଁ ମଧୁବାବୁଙ୍କ ଅବିସ୍ମରଣୀୟ ଅବଦାନକୁ ଓଡ଼ିଶାର ଜନମାନସ କେବେ ଭୁଲି ପାରିବ ନାହିଁ।
ଚିରାଚରିତ ଧାରାରୁ ବାହାରେ ବର୍ତ୍ତମାନ ଓଡ଼ିଆ ସିନେମାର ଭଲ କାହାଣୀକୁ ନେଇ ସିନେମା ନିର୍ମିତ ହେବା ଧାରା ସୃଷ୍ଟି ହୋଇଛି। ପ୍ରଯୋଜକ ରମେଶ ବାରିକ ସବୁବେଳେ ଏ କ୍ଷେତ୍ରରେ ପାଦେ ଆଗରେ ଅଛନ୍ତି।
“ମଧୁ ବାରିଷ୍ଟର”ର କାହାଣୀ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ।
ଏ କାହାଣୀରେ ମୁଖ୍ୟ ଚରିତ୍ର ଏଯାବତ ଘୋଷିତ ହୋଇନାହିଁ। ପୂର୍ବରୁ ବହିରେ ନାଟ୍ୟ ମଞ୍ଚରେ ଓ ବଡ଼ ପରଦାରେ ବିଭିନ୍ନ ଚରିତ୍ରରେ ମଧୁବାବୁଙ୍କୁ ଦେଖୁଥିବା ଦର୍ଶକ ଏଥର ବଡ଼ ପରଦାରେ ତାଙ୍କ ଜୀବନୀକୁ ଦେଖିବାରେ ସୁଯୋଗ ପାଇବେ। ଯାହା ଏପର୍ଯ୍ୟନ୍ତ ଓଡ଼ିଆ ସିନେ ଇତିହାସରେ ଘଟିନାହିଁ।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ

- Advertisement -

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories