www.samajalive.in
Monday, December 8, 2025
24.1 C
Bhubaneswar

ଭାରତ ତିଆରି କରିବ ୫ମ ପିଢ଼ିର ଯୁଦ୍ଧ ବିମାନ, ମିଳିଲା ମଞ୍ଜୁରୀ

ସମାଜ ଡିଜିଟାଲ ଡେସ୍କ: ଅପରେସନ ‘ସିନ୍ଦୂର’ରେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ପାକିସ୍ତାନକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ‘ଆକାଶ’ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନକୁ ଧୂଳି ଚଟାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ଏସବୁ ଯୁଦ୍ଧାସ୍ତ୍ର ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ)ର ବୈଜ୍ଞାନିକମାନଙ୍କ ମନୋବଳକୁ ଅତ୍ୟନ୍ତ ସୁଦୃଢ଼ କରିଛି। ଯେଉଁଥିପାଇଁ ଏବେ ଡିଆରଡିଓ ବୈଜ୍ଞାନିକମାନେ ଭାରତୀୟ ସେନା ପାଇଁ ୫ମ ପିଢ଼ିର ଏଏମସିଏ(ଉନ୍ନତ ମଧ୍ୟମ ଯୁଦ୍ଧବିମାନ) ଷ୍ଟିଲ୍‌ଥ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି। ଏହି ଯୋଜନାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବାବେଳେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଅପରେସନ ସିନ୍ଦୂରରେ ଛାନିଆ ହୋଇପଡ଼ିଥିବା ପାକିସ୍ତାନ ଚୀନଠାରୁ ୫ମ ପିଢ଼ିର ଯୁଦ୍ଧ ବିମାନ କିଣିବାକୁ ଯୋଜନା କରିଛି। କିନ୍ତୁ ଭାରତ ପାଖରେ ବର୍ତ୍ତମାନ ସୁଦ୍ଧା ୫ମ ପିଢ଼ି ଯୁଦ୍ଧ ବିମାନ ନାହିଁ। ତେଣୁ ଭାରତ ରୁଷ କିମ୍ବା ଆମେରିକାଠାରୁ ଏହାକୁ କିଣିବାକୁ ଯୋଜନା କରିଛି। ଏହା ଭିତରେ ଡିଆରଡିଓର ପଦକ୍ଷେପ ଭାରତୀୟ ସେନାର ଶକ୍ତିକୁ ବହୁଗୁଣିତ କରିବ।

- Advertisement -

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଏଏମସିଏ ପ୍ରୋଗ୍ରାମ କାର୍ଯ୍ୟକାରୀ କରିବା ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି। ଡିଆରଡିଓର ଏରୋନଟିକାଲ ଉନ୍ନୟନ ସଂସ୍ଥା(ଏଡିଏ) ଅଧୀନରେ ଏହି କାର୍ଯ୍ୟକ୍ରମ କରାଯିବ। ୫ମ ପିଢ଼ିର ଏହି ଯୁଦ୍ଧ ବିମାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଏହି ଯୁଦ୍ଧ ବିମାନ ରାଡ଼ାର ନଜରରେ ଆସିବ ନାହିଁ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories