www.samajalive.in
Friday, December 5, 2025
27.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା… ସହମତିପୂର୍ଣ୍ଣ ସମ୍ପର୍କରେ ତିକ୍ତତା ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

ସମାଜ ଡିଜିଟାଲ ଡେସ୍କ: ସୋମବାର ସୁପ୍ରିମକୋର୍ଟ ଏକ ଦୁଷ୍କର୍ମ ମାମଲାକୁ ରଦ୍ଦ କରିଛନ୍ତି । ମାମଲାକୁ ରଦ୍ଦ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ ସହମତି ଭିତ୍ତିରେ ରହିଥିବା ସମ୍ପର୍କରେ ତିକ୍ତତା କିମ୍ବା ଉଭୟଙ୍କ ମଧ୍ୟରେ ଦୂରତା ଆପରାଧିକ କାର୍ଯ୍ୟାନୁଷ୍ଠାନର ଆଧାର ହୋଇପାରିବ ନାହିଁ । ସୂଚନା ଅନୁସାରେ ସୋମବାର ସର୍ବୋଚ୍ଚ ଅଦାଲକ ଜଣେ ୨୫ବର୍ଷୀୟ ଯୁବକଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲାକୁ ଖାରାଜ କରିଦେଇଛନ୍ତି । ଯୁବକଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜଷ୍ଟିସ୍‍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍‍ ଏସ୍‍ ସି ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ‘ଏପରି ଆଚରଣ କେବଳ କୋର୍ଟ ଉପରେ ବୋଝ ସୃଷ୍ଟି କରେ ନାହିଁ, ବରଂ ଏହା ଅଭିଯୁକ୍ତ ବ୍ୟକ୍ତିଙ୍କ ପରିଚୟକୁ ମଧ୍ୟ କଳଙ୍କିତ କରିଥାଏ । ସମୟ ସମୟରେ ବ୍ୟବସ୍ଥାର ଅପବ୍ୟବହାର ବିରୁଦ୍ଧରେ କୋର୍ଟ ଚେତାବନୀ ଦେଇଛନ୍ତି । ସେହିପରି ବିବାହ ପାଇଁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ ନକରିବା ପାଇଁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏପରି ଅପରାଧ ପାଇଁ ମାମଲା ରୁଜୁ କରିବା ମୂର୍ଖତା ଅଟେ ।

ଏହି ଘଟଣାରେ କୋର୍ଟ କହିଛନ୍ତି ଯେ ରେକର୍ଡରୁ ଏହା ଜଣାପଡୁନାହିଁ ଯେ ଅଭିଯୋଗକାରୀଙ୍କ ଇଚ୍ଛା ବିରୁଦ୍ଧରେ ଏବଂ କେବଳ ବିବାହର ପ୍ରତିଶ୍ରୁତି ଉପରେ ତାଙ୍କର ସମ୍ମତି ନିଆଯାଇଥିଲା । କୋର୍ଟ ଜାଣିବାକୁ ପାଇଥିଲେ ଉଭୟ ପୁରୁଷ ଓ ମହିଳା ପରସ୍ପରକୁ ୮ଜୁନ୍‍ ୨୦୨୨ଠାରୁ ଜାଣିଥିଲେ । ଉଭୟ ପରସ୍ପର ସହିତ କଥାବାର୍ତ୍ତା ହେବା ପରେ ପ୍ରେମରେ ପଡିଥିବା ସ୍ୱୀକାର କରିଥିଲେ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସହମତି ସମ୍ପର୍କରେ ମତଭେଦ କିମ୍ବା ଜଣେ ସାଥୀ ଚାଲିଯିବା ଆପରାଧିକ କାର୍ଯ୍ୟାନୁଷ୍ଠାନର ଆଧାର ହୋଇପାରିବ ନାହିଁ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories