www.samajalive.in
Tuesday, December 9, 2025
16.1 C
Bhubaneswar

ଜ୍ୟୋତିଙ୍କ ଉଡୁଥିବା ଡେଣା କଟିଲା: ଇନଷ୍ଟା ଆକାଉଣ୍ଟ ହେଲା…

ସମାଜ ଡିଜିଟାଲ ଡେସ୍କ: ଗୁପ୍ତଚର ଭାବେ ଗିରଫ ହୋଇ ଜେରାର ସମ୍ମୁଖୀନ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯେଉଁ ଡେଣା ସାହାଯ୍ୟରେ ସେ ଉଡୁଥିଲେ ତାହାକୁ କାଟି ଦିଆଯାଇଛି । ମେଟା ଜ୍ୟୋତିଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ସସପେଣ୍ଡ (ସାମୟିକ ସ୍ଥଗିତ) କରିଛି । ଜ୍ୟୋତି ମାଲହୋତ୍ରାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗ ହେବା ପରେ ତାଙ୍କୁ ୧୭ତାରିଖ ଦିନ ଗିରଫ କରାଯାଇଥିଲା । ବର୍ତ୍ତମାନ ପୁଲିସ ତାଙ୍କୁ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ।

ଫେସବୁକ୍‌-ଇନଷ୍ଟାର ମାଲିକାନା କମ୍ପାନୀ ମେଟା ସୋମବାର ଦିନ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସସପେଣ୍ଡ କରିଦେଇଛି । ଅଭିଯୋଗ ହୋଇଛି ଯେ ଜ୍ୟୋତି ଇନଷ୍ଟା, ଫେସବୁକ୍‌ ଏବଂ ହ୍ୱାଟସଆପ୍‌ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ଜଡିତ ଥିଲା ।
ଜ୍ୟୋତି ମାଲହୋତ୍ରା ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ବହୁତ ଲୋକପ୍ରିୟ ବ୍ଲଗର ଥିଲେ । ୟୁଟ୍ୟୁବ ଚ୍ୟାନେଲ ‘ଟ୍ରାଭେଲ ୱିଥ୍‌ ଜୋ’ରେ ୩.୭୭ଲକ୍ଷ ସବସ୍କ୍ରାଇବର୍ସ ଥିବା ବେଳେ ଇନଷ୍ଟାଗ୍ରାମରେ ୧.୩୨ଲକ୍ଷ ଫଲୋଅର୍ସ ରହିଛନ୍ତି । ପୁଲିସ ତଦନ୍ତରୁ ଜଣାପଡିଛି ଯେ ୨୦୨୩ ମସିହାରେ କମିଶନ ଏଜେଣ୍ଟଙ୍କ ମାଧ୍ୟମରେ ଭିସା ପାଇବା ପରେ ପାକିସ୍ତାନ ଯାତ୍ରା କରିଥିଲେ ଜ୍ୟୋତି । ସେଠାରେ ତାଙ୍କର ପାକିସ୍ତାନୀ ହାଇକମିଶନ ଅଧିକାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହ ସାକ୍ଷାତ ହୋଇଥିଲା । ଯାହାଙ୍କୁ କି ନିକଟରେ ଭାରତରୁ ବହିଷ୍କାର କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories