www.samajalive.in
Monday, December 8, 2025
27.1 C
Bhubaneswar

ହାଇଓ୍ବାକୁ ପଛରୁ ପିଟିଲା ମିନି ଟ୍ରକ୍, ଦୁଇ ଗୁରୁତର

ଘଷିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନଂ ଜାତୀୟ ରାଜପଥ କୋଳିମାଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବାକୁ ପଛରୁ ପିଟିଲା ମିନି ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କୋଳି ମାଟି ଛକ ନିକଟରେ ଏକ ହାଇଓ୍ବା ଛିଡା ହୋଇଥିଲା। ଏହି ସମୟରେ ହଠାତ୍ ଏକ ମିନି ଟ୍ରକ ଆସି ହାଇଓ୍ବାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ମିନି ଟ୍ରକରେ ଥିବା ନୟାଗଡ ଜିଲ୍ଲାର  କୃଷ୍ଣ ଚନ୍ଦ୍ର ମଲ୍ଲିକ ଏବଂ ସତ୍ୟବ୍ରତ ପଲେଇ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories