ଘସିପୁରା : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଘସିପୁରା ଯୁବକ ସଂଘ ପକ୍ଷରୁ ସହିଦ ଜବାନଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର କ୍ୟାଣ୍ଡେଲ ଶୋଭାଯାତ୍ରା ସହ ଦୀପ ପ୍ରଜ୍ୱଳନ କରାଯାଇଛି। ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତି ବିସ୍ଫୋରଣରେ ୪୪ଜଣ ଜବାନ୍ ସହିଦ ହୋଇଥିବା ଘଟଣାକୁ ନେଇ ଗଭୀର ଶୋକ ପ୍ରକଟ କରାଯାଇଛି। ଘସିପୁରା ଯୁବକ ସଂଘ ପକ୍ଷରୁ ସ୍ଥାନୀୟ ଘସିପୁରା ବସଷ୍ଟାଣ୍ଡ ଠାରୁ ସନ୍ଧ୍ୟା ୬ଘଟିକା ସମୟରେ ଆଶିଷ ବେହେରାଙ୍କ ତତ୍ୱାବଧାନରେ ଯୁବକମାନେ ହାତରେ କ୍ୟାଣ୍ଡେଲ ଧରି ସହିଦ ଜବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ପ୍ରଦର୍ଶନ କରି ଏକ ଶୋଭାଯାତ୍ରାରେ ଶୈଲଙ୍ଗ ଛକଠାରେ ପହଞ୍ଚି ରାମ ମନ୍ଦିରରେ ସେମାନଙ୍କ ଆତ୍ମାର ସଦ୍ଗତି ନିମାନ୍ତେ ଦୀପ ପ୍ରଜ୍ୱଳନ କରିଥିଲେ। ସହିଦ ଜବାନଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ତୁରନ୍ତ ଆତଙ୍କବାଦୀମାନଙ୍କୁ ମୂଳପୋଛ କରିବା ପାଇଁ ଯୁବକ ସଂଘର ସଦସ୍ୟ ଅକ୍ଷୟ କୁମାର ସାହୁ, ମନ୍ମଥ ସାହୁ, ମୁନା ବେହେରା, ମନୋଜ ବଳିୟାରସିଂ, ଜଗା ସାହୁ, ବଣ୍ଟି ସାହୁ, ହିତେଶ୍ୱର ଜେନା, ସଚିନ ମଲ୍ଲିକ, କାର୍ତ୍ତିକ ଜେନା, କାର୍ତ୍ତିକ ସେଠୀ, ସିପୁନ୍ ବେହେରା ପ୍ରମୁଖ ସରକାରଙ୍କ ଠାରେ ଦାବୀ କରିଛନ୍ତି।
ପ୍ରେସ ପରିଷଦ ପକ୍ଷରୁ ଶୋକ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ସେହିପରି ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ କାଶ୍ମୀରେ ଆତଙ୍କବାଦୀଙ୍କ ଆତ୍ମଘାତି ବିସ୍ଫୋରଣରେ ସହିଦ ହୋଇଥିବା ବୀର ଜବାନଙ୍କ ପାଇଁ ଶୋକ ବ୍ୟକ୍ତ କରାଯିବା ସହ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆନନ୍ଦପୁର ପ୍ରେସ ପରିଷଦ ସହିଦ ଜବାନଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାରଙ୍କୁ ସମବେଦନା ଜଣାଛଛି। ଆତଙ୍କବାଦୀମାନଙ୍କୁ ଭାରତୀୟ ସେନା ପକ୍ଷରୁ ଇଟାର ଜବାବ ପଥରରେ ଦେବାପାଇଁ ପ୍ରେସ ପରିଷଦର ସଦସ୍ୟ ରବୀନ୍ଦ୍ର କୁମାର ରାଜ, ନିରାକାର ଦଳେଇ, ହରେକୃଷ୍ଣ ପାତ୍ର, ଲଲାଟେନ୍ଦୁ ଧିରୀ, ନିର୍ମଳ ରାଉଳ, ରଣଜିତ୍ ରଣା, ଉପେନ୍ଦ୍ର ସାହୁ, ଭରତ ଚନ୍ଦ୍ର ବେହେରା, ମକରଧ୍ୱଜ ଜେନା, ମୁନା ମହାନ୍ତି, ରତିକାନ୍ତ ସାହୁ ପ୍ରମୁଖ ଭାରତ ସରକାରଙ୍କ ଠାରେ ଦାବି କରିଛନ୍ତି।
ସହିଦ ଜବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
Popular Categories



