ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁରଠାରୁ ଖଜୁରୀଡିହା ପର୍ଯ୍ୟନ୍ତ ୮.୩୩ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମୀୟ ଉନ୍ନୟନ ବିଭାଗ ଦ୍ୱାରା ୨୦୨୦ ମଇ ମାସରେ କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ପରେ ସମ୍ପୂର୍ଣ୍ଣ ହୋଇଥିଲା । କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦିନ ଠାରୁ ୫ ବର୍ଷ ମରାମତି କରିବାର ଗ୍ୟାରେଣ୍ଟି ଦିଆ ଯାଇଥିଲା ।ମାତ୍ର କାମ ସାରିବା ପରଠାରୁ ଠିକାଦାର ଏହି ରାସ୍ତା ପ୍ରତି ଆଉ ଦୃଷ୍ଟି ଦେଇନାହାନ୍ତି। ଉଦୟପୁର ସିଲିପଦା ମଝିରେ ଥିବା ଏକ ପୋଲର ଉଭୟ ପାର୍ଶ୍ୱ ରାସ୍ତା ଖୋଳି ହୋଇଯାଇଛି । ଦୁଇବର୍ଷ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ଦେଇ ବସିଛନ୍ତି । ମଝିରେ ଖାଲ ଉପରେ କିଛି ମୋରମ ପକାଇ ଦେଇ କାମ ସାରିଦେଇଥିଲେ । ଏବେ ମୋରମ ସବୁ ଉଠି ଯାଇଛି । ପୋଲର ଉଭୟ ପଟେ ଖାଲ ହୋଇଗଲାଣି l କେଉଁ ମୁହୂର୍ତ୍ତରେ ରାସ୍ତା ଖସି ଯାଇପାରେ । ଏହା ଏବେ ବିପଦ ସଂକୁଳ ହୋଇଛି । ଏହି ରାସ୍ତା ଦେଇ ଭୁବନେଶ୍ୱର ଓ ଯାଜପୁରକୁ ୩ ଟି ବସ ଚଳାଚଳ କରୁଛନ୍ତି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Popular Categories



