www.samajalive.in
Wednesday, December 10, 2025
26.1 C
Bhubaneswar

ସ୍କର୍ପିଓ ସହ ମୃତ ଗୋଧି ଓ ବାରହା ମାଂସ ଜବତ, ୫ ଗିରଫ

କାମାକ୍ଷାନଗର : କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ପେଟ୍ରୋଲ ପମ୍ପ ନିକଟରୁ ବନବିଭାଗ ପାଟ୍ରୋଲିଂ କରୁଥିବା ବେଳେ ୫ ଜଣ ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ତେଲକୋଇ ଥାନା ପୁରୁଯୋଡ଼ା ଗାଁର ବିକ୍ରମ ମୁଣ୍ଡା, ଦିକୁଲ ମୁଣ୍ଡା, ଭରତ ମୁଣ୍ଡା, ସରୋଜ ମୁଣ୍ଡା ଏବଂ ତୁରାମ ମୁଣ୍ଡା। ସେମାନଙ୍କଠାରୁ ପ୍ରାୟ ୧୦ କିଲୋଗ୍ରାମର ବାରହା ମାଂସ, ଗୋଟିଏ ମଲା ଗୋଧିକୁ ଜବତ କରାଯାଇଛି। ଏଥିସହିତ  ଜନ୍ତୁ ଶିକାର ପାଇଁ ବ୍ୟବହୃତ ଦୁଇଟି ତେଣ୍ଟା ଓ ସେମାନେ ବ୍ୟବହାର କରୁଥିବା ସ୍କର୍ପିଓ ଗାଡିକୁ ମଧ୍ୟ ଜବତ କରାଯାଇଛି। ହିନ୍ଦୋଳ କୁଡ଼ିଆକାଟେଣୀ ଅଂଚଳରେ ଶିକାର କରି ସ୍କର୍ପିଓରେ ତେଲକୋଇ ଅଂଚଳକୁ ମାଂସ ନେଇ ଯାଉଥିବାବେଳେ ବନ ବିଭାଗ ହାତରେ ଧରାପଡିଛନ୍ତି। ତେବେ ଶିକାରୀ ମାନେ ହିନ୍ଦୋଳ ଅଞ୍ଚଳରୁ ରିତିମତ ଭାବେ ଶିକାର କରୁଥିଲେ ମଧ୍ୟ ସେଠାକାର ବନବିଭାଗ କିପରି ଜାଣିପାରିନଥିଲା ବୋଲି ପ୍ରଶ୍ନ ଉଠୁଛି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର କୈଳାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories