ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ କେନ୍ଦୁଝର ଡିଏଫଓ ଏଚ୍ ଡି ଧନରାଜଙ୍କ ତତ୍ବାବଧାନରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ବନ ବିଭାଗ ଏକ ବଡଧରଣର ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ କେତେକ ଘର ଭିତରେ ଗଚ୍ଛିତ ଥିବା ୧୪ ଟି ଟ୍ରାକ୍ଟର ଭର୍ତ୍ତି କାଠ ଜବତ କରାଯାଇଛିା। ତେବେ ସାନ୍ତରାପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିଲା । କିନ୍ତୁ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି ।
ଜବତ କାଠ ୯୦୦ ରୁ ୧୦୦୦ ସିଏଫଟି ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଜବତ କାଠର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଚଢାଉରେ ୪ ଜଣ ରେଞ୍ଜର , ୨ଜଣ ଏସିଏଫ, ୬୦ ଜଣ ସୁରକ୍ଷାକର୍ମୀ , ୪୦ ଜଣ ପୁଲିସ , ୩୦ ଜଣ ବନ କର୍ମଚାରୀ ସାମିଲ ଅଛନ୍ତି । ଜବତ କାଠ ଗୁଡ଼ିକୁ ବନ ବିଭାଗ ଘଟଗାଁ ଡିପୋକୁ ନିଆଯାଇଛି।



