www.samajalive.in
Thursday, December 11, 2025
26.1 C
Bhubaneswar

ପୁଣି ଚୀନର ଦୋମୁହାଁ ନୀତି

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଚୀନର ଦୋମୁହାଁ ନୀତି ପୁଣି ଥରେ ପଦାରେ ପଡ଼ିଛି। ଗୋଟିଏ ପଟେ ଏହି ଆକ୍ରମଣ ଘଟଣାକୁ ଦେଶ ନିନ୍ଦା କରୁଛି ବୋଲି ବେଜିଂ ପକ୍ଷରୁ କୁହାଯାଇଥିବାବେଳେ ଅନ୍ୟପଟେ ଜୈଶ-ଏ-ମହମ୍ମଦ(ଜେଇଏମ)ର ମୁଖ୍ୟ ମାସୁଦ ଆଝାରଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଛି।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜେଙ୍ଗ ସୁଆଙ୍ଗ ଗଣମାଧ୍ୟମକୁ କହିଛନ୍ତି, ଭାରତରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ଘଟଣାରେ ଆମେ ଗଭୀର ମର୍ମାହତ। ଆହତ ଯବାନମାନଙ୍କ ଆରୋଗ୍ୟ କାମନା କରୁଛୁ। ଆତଙ୍କବାଦଙ୍କୁ ଆମେ ଦୃଢ଼ ବିରୋଧ କରୁଛୁ ବୋଲି ସେ କହିଛନ୍ତି। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପ୍ରସଙ୍ଗରେ ଚୀନର ଆଭିମୁଖ୍ୟ କ’ଣ ରହିବ ବୋଲି ଏକ ପ୍ରଶ୍ନରେ ଜେଙ୍ଗ କୌଣସି ସ୍ପଷ୍ଟ ମତ ରଖି ନ ଥିଲେ। ପୂର୍ବରୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ପକ୍ଷରୁ ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ବାରମ୍ବାର ପ୍ରସ୍ତାବ ଦିଆଯାଉଥିବା ବେଳେ ଚୀନ ତାହାକୁ ଅଣଦେଖା କରୁଛି।  ସୂଚନାଯୋଗ୍ୟ, ୨୦୦୧ରେ ଜାତିସଂଘ ସୁରକ୍ଷା ପରିଷଦର ୧୫ ଜଣିଆ ସଦସ୍ୟ ରାଷ୍ଟ୍ରଙ୍କ ଅନୁମୋଦନ କ୍ରମେ ଜେଇଏମକୁ ଆତଙ୍କବାଦୀ ସଂଗଠନ ଭାବେ ତାଲିକାଭୁକ୍ତ କରାଯାଇଛି। କିନ୍ତୁ ସଂଗଠନର ମୁଖ୍ୟ ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ରୂପେ ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଥିଲେ ମଧ୍ୟ ଚୀନ ତାହାକୁ ପ୍ରତ୍ୟାଖ୍ୟାନ କରିଆସୁଛି।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories