www.samajalive.in
Monday, December 8, 2025
27.1 C
Bhubaneswar

ଐଶାନ୍ୟ କୋଣରେ ଏହି ଦ୍ରବ୍ୟ ରଖିବା ବର୍ଜନୀୟ

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗ ଓ କୋଣ ସହ ସମ୍ବନ୍ଧିତ କିଛି ନିୟମ ଓ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁକୁ ମାନୁଥିବା ବ୍ୟକ୍ତିମାନେ ଭଲ ଭାବେ ଜାଣିଥାଆନ୍ତି ଯେ, ବାସ୍ତୁଦୋଷ ପ୍ରଭାବ ଦ୍ବାରା ପରିବାର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ କିଛି ଟିପ୍ସ ରହିଛି। ତାହାକୁ ମାନି ଚଳିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ସମାପ୍ତ ହୋଇଯାଏ। ଏହାସହ ପରିବାରରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇ ଖୁସି ଓ ସମ୍ପତ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣ ସମ୍ବନ୍ଧିତ କିଛି ତଥ୍ୟ ପ୍ରଦାନ କରାଯାଇଛି। ବାସ୍ତୁ ଅନୁସାରେ, ଐଶାନ୍ୟ କୋଣ ପୂର୍ବ ଓ ଉତ୍ତର ଦିଗକୁ କୁହାଯାଏ। ଐଶାନ୍ୟ କୋଣରେ ବେଳେ ବେଳେ ଆପଣ ଏପରି କିଛି ଜିନିଷ ରଖି ଦେଇଥାଆନ୍ତି ଯାହାଦ୍ବାରା ତାର ପରିଣାମ ସ୍ବରୂପ ଅନେକ ଅସବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ଐଶାନ୍ୟ କୋଣରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ..

- Advertisement -

ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣକୁ ଶିକ୍ଷାର ଦିଗ ସହ ଯୋଡା ଯାଇଥାଏ। କାରଣ ଏହି ଦିଗ ଦେବଗୁରୁ ବୃହସ୍ପତିଙ୍କର ଅଟେ। ତେଣୁ ଏହି ଦିଗରେ କମ୍ପ୍ୟୁଟର ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଐଶାନ୍ୟ କୋଣରେ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମଧ୍ୟ ରଖିବା ଅନୁଚିତ। ଘରର ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଦିଗରେ ବିଦ୍ୟୁତ ସାମଗ୍ରୀ ରଖନ୍ତୁ।

ଐଶାନ୍ୟ କୋଣରେ କୌଣସି ମେସିନ ରଖିବା ଅନୁଚିତ। କାରଣ ମେସିନ କିମ୍ବା ବିଦ୍ୟୁତର ସମ୍ବନ୍ଧ ରାହୁ ଗ୍ରହ ସହ ରହିଛି। ଶନି ଓ ରାହୁ ଗୋଟିଏ ସ୍ଥାନରେ ରହିବା ଅଶୁଭ ଅଟେ। ତେଣୁ ଏହି ଦିଗରେ କୌଣସି ମେସିନ ରଖନ୍ତୁ ନାହିଁ।

ମହିଳାମାନେ ରୋଷେଇ ଘରେ କାମ କରିବା ବେଳେ ଲୁଣ ଡବାର ଖୋଳ ଖୋଲା ଛାଡି ଦିଅନ୍ତି। ଖୋଲା ଲୁଣ ଡବା ଦ୍ବାରା ଘରର ପରିବେଶରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଲୁଣ ଡବାକୁ ସର୍ବଦା ବନ୍ଦ କରି ରଖନ୍ତୁ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories