www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଏକଘରିକିଆ କରାଯିବ

ନୂଆଦିଲ୍ଲୀ: ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଏକଘରିକିଆ କରାଯିବ। ଏଥିଲାଗି କୁଟନୈତିକ ସ୍ତରରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଭାରତ ନିଷ୍ପତ୍ତି ନେଇଛି। ପୁଲୱାମା ଆକ୍ରମଣ ଘଟଣା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ କ୍ୟାବିନେଟ ସୁରକ୍ଷା କମିଟିରେ ଏ ନେଇ ନିଷ୍ପତ୍ତି ହୋଇଛି।

ଏହି ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର ସରକାର ଏଥିରେ ଉଦବେଗ ପ୍ରକାଶ କରିବା ସହ ସୁରକ୍ଷା କମିଟି ବୈଠକରେ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ, ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲ, ସିଆରପିଏଫ ଡିଜି, ର’ ଏବଂ ଗୋଇନ୍ଦା ବ୍ୟୁରୋର ବରିଷ୍ଠ ଅଧିକାରୀ ସାମିଲ ଥିଲେ। ବୈଠକରେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଆକ୍ରମଣ ଘଟଣା ନେଇ ବୈଠକରେ ବିଶଦ ଆଲୋଚନା ହୋଇଥିଲା। ୧ ଘଣ୍ଟା ଧରି ଚାଲିଥିବା ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରାଯିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର କୁଟନୈତିକ ପଦକ୍ଷେପ ନେବ। ପାକିସ୍ତାନକୁ ଯେଉଁ ସବୁ ସୁବିଧା ଦିଆଯାଇଛି ସେସବୁ ପ୍ରତ୍ୟାହାର କରାଯିବ। ପାକିସ୍ତାନର ମୋଷ୍ଟ ଫେଭରଡ ନେଶନ(ଏମଏଫଏନ) ମାନ୍ୟତା ରଦ୍ଦ କରାଯିବ ବୋଲି ଜେଟଲୀ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଶ୍ରୀନଗର ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବେ। ଆସନ୍ତା କାଲି ସୁଦ୍ଧା ସେ ଫେରିବା ପରେ ଏକ ସର୍ବଦଳୀୟ ବୈଠକ ଡକାଯାଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories