କରଞ୍ଜିଆ: ବେଆଇନ ଗୋ ଚାଲାଣ ବେଳେ ପୁଲିସର ଚଢାଉ , ୨୭ ଗୋରୁ ଉଦ୍ଧାର , ଚାଳକ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ କେନ୍ଦୁମୁଣ୍ଡି ନିକଟରେ। କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି ନିକଟରେ ସୋମବାର ଭୋର୍ ସମୟରେ ଏକ ଟ୍ରକ୍ ସାହାର୍ଯ୍ୟରେ ବେଆଇନ୍ ଗୋ ଚାଲାଣ ହେଉଥିଲା। କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ଚଢାଉ କରିଥିଲା। ୨୭ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଟ୍ରକ ଚାଳକଙ୍କୁ ଅଟକ ରଖିଥିଲା। ପୁଲିସକୁ ଦେଖି ୩ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ସମସ୍ତ ଗୋରୁ ଗୁଡିକର ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଛି।
Popular Categories



