ନୂଆଦିଲ୍ଲୀ : ସ୍ମାର୍ଟଫୋନ୍କୁ ନେଇ ବଜେଟ୍କୁ ସୁହାଇବା ତାଲିକାରେ ରିୟଲ୍ମି ଏକ ଜଣାଶୁଣା ନାମ । ଏବେ କମ୍ପାନୀ ନିଜର ନୂଆ ରିୟଲମି ଜିଟି ୭ ସିରିଜ୍କୁ ନେଇ ବେଶ ଚର୍ଚ୍ଚାରେ ରହିଛି । କମ୍ପାନୀର ଅଧିକାରିକ ସୂଚନାନୁଯାୟୀ, ଏହି ସିରିଜ୍ ଲଞ୍ଚର ତାରିଖ ୨୭ ମେ’ ୨୦୨୫ ରଖାଯାଇଛି । ଏହା ମୁଖ୍ୟତଃ ପ୍ୟାରିସ୍ ଓ ଫ୍ରାନ୍ସରେ ହେବ । ଏହାସହ ଭାରତୀୟ ସମୟାନୁସାରେ ଦିନ ୧ଟା ୩୦ରେ ସମୟରେ ଲଞ୍ଚ କରାଯିବ । ଏହି ସିରିଜ୍ରେ ରିୟଲମି ଜିଟି ୭ ଓ ଜିଟି ୭ଟି ମଡେଲ୍ ସାମିଲ ହେବା ନେଇ ଆଶା କରାଯାଉଛି। ଏହାସହ ଜିଟି ୭ ପ୍ରୋ ପୂର୍ବରୁ ହିଁ ଚୀନରେ ଲଞ୍ଚ କରାଯାଇଛି।
ଜାଣନ୍ତୁ ଏହାର ଫିଚର୍ ବିଷୟରେ..
୬.୭ ଇଞ୍ଚର ସମ୍ପୂର୍ଣ୍ଣ ଏଚ୍ଡି ଓଏଲଇଡି+ ଡିସପ୍ଲେ ଯାହା ୧୪୪ ଏଚ୍ଜେଡ୍ ରିଫ୍ରେସ୍ ରେଟ୍ ସପୋର୍ଟ କରିବ ।
ଶକ୍ତିଶାଳୀ ମିଡିଆଟେକ୍ ଡାଇମେନ୍ସିଟି ୯୪୦୦+ ଚିପସେଟ୍, ଯାହା ଗେମର୍ସ ଏବଂ ପାୱାର ବ୍ୟବହାରକାରୀଙ୍କ ପାଇଁ ଉପଯୁକ୍ତ ।
ଜବରଦସ୍ତ ୭,୨୦୦ଏମ୍ଏଏଚ୍ ବ୍ୟାଟେରୀ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ।
୫୦ ଏମପିର ଡୁଆଲ ରିୟର କ୍ୟାମେରା ଓ ୧୬ ଏମପି ଫ୍ରଣ୍ଟ୍ କ୍ୟାମେରା
ଆଇପି୬୯ ରେଟିଙ୍ଗ୍ ଅର୍ଥାତ୍ ପାଣି ଓ ଧୂଳିରୁ ସମ୍ପୂର୍ଣ୍ଣ ସୁରକ୍ଷା
ନୂଆ ସ୍କିନ୍-ଟଚ୍ ତାପମାତ୍ରା ନିୟନ୍ତ୍ରଣ ଫିଚର, ଯାହା ସ୍ମାର୍ଟ କୁଲିଙ୍ଗ ସୁନିଶ୍ଚିତ କରିଥାଏ ।
ଋିୟଲମି ଇଣ୍ଡିଆର ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଏହାର ସିରିଜ୍ ଲଞ୍ଚ ହେବ । ଜିଟି ୬ ସିରିଜ, ଯାହା ୨୦୨୪ରେ ଲଞ୍ଚ ହୋଇଥିଲା, ଏହାର ଦାମ୍ ୩୦,୯୯୯ ରୁ ୪୦,୯୯୯ ଟଙ୍କା ମଧ୍ୟରେ ଥିଲା । ସେହିପରି ଜିଟି ୭ ସିରିଜ୍ର ଦାମ୍ ମଧ୍ୟ ୩୨,୯୯୯ରୁ ୪୪,୯୯୯ ମଧ୍ୟରେ ରହିପାରେ ବୋଲି ଅନୁମାନ କରାଯାଉଛି ।
୫୦ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ସଫଳତା, ହେବେ ମାଲାମାଲ୍, ବଢିବ ଦରମା..
ଜିଟି ୬ ସିରିଜ ୨୦୨୪କୁ ଲୋକେ ବେଶ ପସନ୍ଦ କରିଛନ୍ତି । ସେହପିରି ଜିଟି ୭ ସିରିଜ୍ରେ ବ୍ୟାଟେରୀ, ଡିସପ୍ଲେ , ପ୍ରୋସେସର ଓ କୁଲିଙ୍ଗରେ ଅନେକ ଅପଗ୍ରେଡ୍ ଦେଖିବାକୁ ମିଳିବ । ଜିଟି ୭ ଓ ଜିଟି ୭ଟି ପୂର୍ବରୁ ହିଁ ଅନେକ ଜବରଦସ୍ତ ଫିଚର ଓ କୁଲିଙ୍ଗ ଟେକ୍ନୋଲୋଜି ଦିଆଯାଉଛି। ଯାହା ମାର୍କେଟରେ ହଇଚଇ ସୃଷ୍ଟି କରିବ ବୋଲି କୁହାଯାଉଛି ।
ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..



