ନୂଆଦିଲ୍ଲୀ : ଭାରତର ‘ଅପରେସନ୍ ସିନ୍ଦୂର’ ପରେ ବିଳିବିଳି ହେଉଛି ପାକିସ୍ତାନ। ପାକିସ୍ତାନ ଜମ୍ମୁ-କାଶ୍ମୀର, ଅମୃତସର ସହିତ ରାଜସ୍ଥାନର ବର୍ଡର ନିକଟରେ ଥିବା ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ପାକିସ୍ତାନ ଗତ ୨୪ ଘଣ୍ଟାରେ ୨୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଏହାପରେ ଭାରତ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଲଓସିରେ ଅନେକ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି । ଏହା ମଧ୍ୟରେ ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା ଯେ ତାଙ୍କର ୩ଟି ଏୟାରବେସ୍କୁ ଟାର୍ଗେଟ କରାଯାଇଥିଲା ।
#WATCH | The terrorist launch pad at Looni, district Sialkot, Pakistan, opposite Akhnoor area, was completely destroyed by the BSF.
(Source – BSF) pic.twitter.com/TEuS7ZwgAm
— ANI (@ANI) May 10, 2025
ଏକ ତ୍ୱରିତ ଏବଂ ସୁଚିନ୍ତିତ ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ କେବଳ ଚିହ୍ନଟ ସାମରିକ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ କରିଥିଲା । ପାକିସ୍ତାନ ଭୁଲ ସୂଚନା ପ୍ରଚାର କରିବାକୁ ଚେଷ୍ଟା କରିଛି, ଭାରତୀୟ ଏସ୍-୪୦୦ ସିଷ୍ଟମ, ସୁରତଗଡ଼ ଏବଂ ସିରସାରେ ବିମାନ ବନ୍ଦର ଧ୍ୱଂସ କରିବାର ଦାବି କରି । ପାକିସ୍ତାନ ଦ୍ୱାରା ପ୍ରଚାରିତ ହେଉଥିବା ଏହି ମିଥ୍ୟା ଦାବିଗୁଡ଼ିକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ୍ ହେଉଛି ।



