www.samajalive.in
Tuesday, December 9, 2025
16.1 C
Bhubaneswar

ଚଣ୍ଡିଗଡରେ ଏୟାର ଆଟାକ୍‌ର ଚେତାବନୀ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପାକିସ୍ତାନକୁ ପ୍ରତି କାର୍ଯ୍ୟକଳାପ ଉପରେ ଭାରତ ଦ୍ୱାରା ଉଚିତ୍‌ ଜବାବ ଦିଆଯାଉଛି। ଗୁରୁବାର ରାତିରେ ପାକିସ୍ତାନ ଭାରତର ଅନେକ ସହରରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ପୁଣି ଥରେ ପଞ୍ଜାବରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି ।

ବାୟୁସେନା ଷ୍ଟେସନରୁ ସମ୍ଭାବବ୍ୟ ଆକ୍ରମଣର ଚେତବାନୀ ମିଳିବା ପରେ ଚଣ୍ଡିଗଡରେ ଶୁକ୍ରବାର ଆକାଶ ମାର୍ଗରୁ ଆକ୍ରମଣର ଚେତାବନୀ ଥିବା ସାଇରନ ବାଜିବାକୁ ଆରମ୍ଭ ହୋଇଛି। ଏହା ବ୍ୟତୀତ ମୋହାଲୀରେ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

- Advertisement -

ପଞ୍ଜାବକୁ ହାଇ ଆଲର୍ଟରେ ରଖାଯାଇଛି। ବାୟୁସେନା ଷ୍ଟେସନ ପକ୍ଷରୁ ଜାରି ହୋଇଥିବା ଚେତାବନୀରେ କୁହାଯାଇଛି, ସମ୍ଭାବ୍ୟ ଆକ୍ରମଣକୁ ନେଇ ସତର୍କତା ନିତାନ୍ତ ଜରୁରୀ । ଚଣ୍ଡିଗଡ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ଘରୁ ନ ବାହାରିବା ପାଇଁ , ବାଲକୋନୀକୁ କିମ୍ବା ଛାତକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନବସତି ଅଞ୍ଚଳରେ ଅଧିକ ସତର୍କତା ପ୍ରତି ଧ୍ୟାନ ଦିଆଯାଇଛି । ସନ୍ଦିଗ୍ଧ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି ।

ଏୟାର ଫୋର୍ସର ରାଡାର ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଆକ୍ଟିଭ ରଖାଯାଇଛି। ଆକାଶ ମାର୍ଗରୁ ସମସ୍ତ ପ୍ରକାର ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି । ପାକିସ୍ତାନ ନିକଟରେ ଭାରତର ଅନେକ ସୀମାବର୍ତ୍ତି ଅଞ୍ଚଳରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଯାହାକୁ ଭାରତୀୟ ସୁରକ୍ଷାକର୍ମୀ ଅକାମୀ କରି ଦେଇଛନ୍ତି ।
ପଞ୍ଜାବରେ ସୁରକ୍ଷା ସ୍ଥିତି ବିଗିଡିବା ଆରମ୍ଭ ହେବାରୁ ସରକାର ସମସ୍ତ ସରକାରୀ, ଘରୋଇ ଓ ଅନ୍ୟ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ପଦକ୍ଷେପ ନାଗରିକମାନଙ୍କ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଏପରି କରାଯାଇଛି । ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ଧ୍ୟାନ ରଖାଯାଇଛି । ପ୍ରଶାସନ ଅଭିଭାବକଙ୍କୁ ପିଲାଙ୍କୁ ଘରେ ରଖିବା ପାଇଁ ଅପିଲ୍‌ କରିଛି । ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ କୁହାଯାଇଛି । ପଞ୍ଜାବର ଜାଲନ୍ଦରରେ ସ୍ଥିତ ଏକ ଫ୍ୟାକ୍ଟ୍ରିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା । ମାତ୍ର ଭାରତ ଏହାକୁ ନିଷ୍କ୍ରିୟ କରି ଦେଇଥିଲା ।
ଭାରତର ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ ଗୁରୁବାର ଜମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି ଜୈସଲମେର ପର୍ଯ୍ୟନ୍ତ ଭାରତର ଅନେକ ସହରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ମାତ୍ର ଭାରତୀୟ ସେନା ସବୁ ଚେଷ୍ଟାକୁ ବିଫଳ କରି ଦେଇଛି । ଭାରତୀୟ ସୀମାରେ ଦେଖାଯାଇଥିବା ପାକିସ୍ତାନୀ ଡ୍ରୋନ୍‌, କ୍ଷେପଣାସ୍ତ୍ର ଓ ଲଢେଇ ବିମାନକୁ ଧ୍ୱଂସ କରିଛି ।

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories