www.samajalive.in
Monday, December 8, 2025
24.1 C
Bhubaneswar

ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ; କାର୍ଯ୍ୟସୂଚୀ ସହ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ର

ଦେଶର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ ସାମ୍ନାକୁ ଆସିଛି । ଏକ ବକ୍ସ ଭଳି ହୋଇଥିବା ଏହି କାର୍ଡରେ ବିବାହର ସମସ୍ତ କାର୍ଯ୍ୟକ୍ରମ ଲଲ୍ଲେଖ ରହିଛି । ଏହି କାର୍ଡଟି କୁ ଧାର୍ମିକ ପ୍ରବୃତିରେ ପ୍ରସ୍ତୁତ କରାଯାଇଛି । କାର୍ଡର ଖୋଲିବା ମାତ୍ରେ ରାଧାକୃଷ୍ଣଙ୍କ ଫଟୋ ଚିତ୍ର ରହିଛି । କାର୍ଡର ଭିତର ପଟରେ ମଧ୍ୟ ରାଧାକୃଷ୍ଣଙ୍କ ଅନ୍ୟ ଏକ ଫଟୋ ଦେଖିବାକୁ ମିଳିବ । ପୁଣି ଆଉ ଏକ ପୃଷ୍ଠାରେ ଗାଈ ପଲଙ୍କ ମଝିରେ କୃଷ୍ଣ ଭଗବାନ ନଜର ଆସିବେ । ପୁରା କାର୍ଡରେ ବିବାହ କାର୍ଯ୍ୟକ୍ରମ ସହ କୃଷ୍ଣ ଭଗବାନଙ୍କ ଦର୍ଶନ ମିଳିବ । ଏହା ସହ ବିବାହ କାର୍ଡଟି କୁ ଗ୍ରିଟିଙ୍ଗ୍ କାର୍ଡ ଭଳି ପ୍ରସ୍ତୁତ କରାଯାଇଛି ।

ବିବାହ ତାରିଖ ସ୍ଥିର ହେବା ପରେ ଅମ୍ବାନୀ ପରିବାର କାର୍ଡ ସହ ସିଦ୍ଧିଭିନାୟକ ମନ୍ଦିରରେ ପହଞ୍ଚିଥିଲେ । ଅମ୍ବାନୀ ଖାନଦାନର ପରମ୍ପରା ଅନୁଯାୟୀ କୌଣସି ଶୁଭକାର୍ଯ୍ୟ କାର୍ଯ୍ୟ ପୂବରୁ ପ୍ରଥମେ ଗଣପତି ବାପ୍ପାଙ୍କୁ ନିମନ୍ତ୍ରଣ ଦିଆଯାଏ । ଗତ ବର୍ଷ ଜୁନ ୨୮ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ନିର୍ବନ୍ଧ ହୋଇଥିଲା । ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ମାର୍ଚ୍ଚ ୯ ତାରିଖରେ ଆକାଶ ଅମ୍ବାନୀଙ୍କ ବିବାହ ଓ ମାର୍ଚ୍ଚ ୧୧ରେ ବିବାହ ଭୋଜି ଅନୁଷ୍ଠିତ ହେବ । ଫେବୃଆରୀ ୨୩ରୁ ୨୫ ମଧ୍ୟରେ ଆକାଶ ଅମ୍ବାନୀ ବ୍ୟାଚଲର ପାର୍ଟି ଦେବେ । ଏଥିରେ କରଣ ଜୋହର ଏବଂ ରଣବୀର କାପୁରଙ୍କ ଭଳି ଅନେକ ନାମୀଦାମୀ କଳାକାର ଯୋଗ ଦେବେ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories