www.samajalive.in
Saturday, December 6, 2025
26.1 C
Bhubaneswar

ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସିଆଇଏସଏଫକୁ ଦିଆଗଲା ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀନଗର କେନ୍ଦ୍ରୀୟ ଜେଲରେ ଆକ୍ରମଣ ଆଶଙ୍କା ରହିଛି। ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି ପରେ ଜେଲ ସୁରକ୍ଷା ନେଇ ସିଆଇଏସଏଫକୁ ଦାୟିତ୍ୱ ଦିଆଯାଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।
ଏହା ବ୍ୟତୀତ ଜମ୍ମୁ ଏବଂ କାଶ୍ମୀରର ଜେଲଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାମ୍ମୁ କାଶ୍ମୀର ଜେଲରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସତର୍କତା ପାଇଁ ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଶ୍ରୀନଗର କେନ୍ଦ୍ରୀୟ ଜେଲ ଏବଂ ଜମ୍ମୁର କୋଟ ଭାଲୱାଲ ଜେଲକୁ କଡ଼ା ସୁରକ୍ଷା ନଜରରେ ରଖାଯାଇଛି ଏବଂ ନିୟୋଜିତ ସୁରକ୍ଷା ବାହିନୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

- Advertisement -

କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ)ର ମହାନିର୍ଦ୍ଦେଶକ ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀରର ପ୍ରମୁଖ ଅଞ୍ଚଳଗୁଡ଼ିକରେ ପ୍ରତିରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ସିଆଇଏସଏଫନେତୃତ୍ୱ ନେଉଛି ଏବଂ  ଜେଲ ସୁରକ୍ଷା ଦାୟିତ୍ଵରେ ରହିଛି।
ଆକ୍ରମଣରେ ସମ୍ପୃକ୍ତ ଅନେକ ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ଘନ ଜଙ୍ଗଲରେ ଲୁଚି ରହିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ  ଅଧିକାରୀମାନେ ଜମ୍ମୁ ଓ କାଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ,ବଂ ସେମାନେ ଏହି ଅଞ୍ଚଳରେ ଅତିରିକ୍ତ ଆତଙ୍କବାଦୀଙ୍କ ଉପସ୍ଥିତି ସନ୍ଦେହ କରୁଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories