www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏହି ବୈଠକ ଉଭୟ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବା ସହ ବୈଠକରେ ପକ୍ଷ ରଖିବେ ଭାରତ ଓ ପାକିସ୍ତାନ । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସାବାଡ କରିବାକୁ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ଏହି ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ପାଇଁ ଅନୁରୋଧ କରିବା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମେ ୫ରେ ବୈଠକ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ଏକ ରୁଦ୍ଧ ପରାମର୍ଶ ବୈଠକ ହେବାକୁ ଯାଉଛି ।

ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଉପରେ ‘ନିରପେକ୍ଷ ପରାମର୍ଶ ଅନୁରୋଧ କରିଛି ଇସଲାମାବାଦ । ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ ଭାବେ ଚୀନ୍‌, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା ଦେଶ ରହିଥିବା ବେଳେ ଅସ୍ଥାୟୀ ଭାବେ ଆଲଜେରିଆ, ଡେନମାର୍କ, ଗ୍ରୀସ୍‌, ଗିଆନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ ରହିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories