ସମାଜ ଡିଜିଟାଲ ଡେସ୍କ: ଗଛ ପଡି ଚାଲିଗଲା ପରିବାରର ୪ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଗଛ ପଡି ଖରଖରି କେନାଲ ଅଞ୍ଚଳ ଏକ ଗାଁରେ ମା ସହିତ ୩ଜଣ ସନ୍ତାନଙ୍କ ମୃତ୍ୟୁ ହେବା ସହ ବାପା ଗୁରୁତର ହୋଇଛନ୍ତି । ଶୁକ୍ରବାର ସକାଳୁ କାଳବୈଶାଖୀ ତାଣ୍ଡବ ସହ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ହୋଇଛି ।
VIDEO | Heavy rainfall causes waterlogging in parts of Delhi. Visuals from Subroto Park area.
(Full video available on PTI Videos – https://t.co/n147TvrpG7)#delhirain pic.twitter.com/PJO1LHiLgy
— Press Trust of India (@PTI_News) May 2, 2025
ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ୧୨୨ ଅଧିକ ବିମାନ ଚଳାଚଳରେ ବିଳମ୍ବ ହେବା ସହ ୪୦ଟି ବିମାନର ଗତିପଥ ବଦଳିଛି । ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଛି । ଫଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ସହ ୭୦ରୁ ୮୦କି.ମି ବେଗରେ ପବନ ବୋହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।



