www.samajalive.in
Friday, December 5, 2025
27.1 C
Bhubaneswar

ସିଏଜି ରିପୋର୍ଟରେ ରାଫେଲ: ୟୁପିଏଠାରୁ ଶସ୍ତା ଏନଡିଏର ଚୁକ୍ତି

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଏନ.ଡି.ଏ ସରକାରଙ୍କ ଦ୍ୱାରା ଦିଆଯାଥିବା ଠିକା ପୂର୍ବତନ ୟୁ.ପି.ଏ. ସରକାରଙ୍କ ବୁଝାମଣା ତୁଳନାରେ ଶତକଡା ୨.୮୬ ଭାଗ ଶସ୍ତା ରହିଛି। ଭାରତୀୟ ବିମାନ ବାହିନୀରେ ପୁଞ୍ଜି ବ୍ୟୟ କାର୍ଯ୍ୟ କୁଶଳତା ଅଡିଟ୍‍ ସଂକ୍ରାନ୍ତ ସି.ଏ.ଜି. ରିପୋର୍ଟକୁ ବୁଧବାରଦିନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ୍‍ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ରିପୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୫ରେ ହୋଇଥିବା ବୁଝାମଣା ସମୟରେ ବିମାନ ବାହିନୀ ଉପମୁଖ୍ୟଙ୍କ ନେତୃତ୍ୱରେ ଭାରତୀୟ ବୁଝାମଣାଦଳ ବିମାନ ସଂଖ୍ୟା କମ୍‍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ କୁହାଯାଇଛି କଂଗ୍ରେସ ନେତୃତ୍ବାଧୀନ ସରକାର ସମୟରେ ୧୨୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ବୁଝାମଣା ତୁଳନାରେ ନୂଆ ଠିକାରେ ଭାରତ ଶତକଡା ୧୭.୦୮ ଭାଗ ଅର୍ଥ ସଞ୍ଚୟ କରିପାରିଛି। ଏହାର ଲକ୍ଷ୍ୟ ଥିଲା ୩୬ଟି ରାଫେଲ ଯୁଦ୍ଧ ବିମାନ କମ୍‍ ଖର୍ଚ୍ଚରେ କିଣିବା । ସି.ଏ.ଜି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଏହା ଏନ.ଡି.ଏ. ସରକାରଙ୍କ ଦାବିକୁ ସତ୍ୟ ପ୍ରମାଣିତ କରିଛି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ସିଏଜି ରିପୋର୍ଟ କଂଗ୍ରେସର ସବୁଠୁ ବଡ ମିଥ୍ୟାକୁ ପଦାରେ ପକାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories