www.samajalive.in
Thursday, December 11, 2025
23.1 C
Bhubaneswar

ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି: ଦୋଷୀକୁ ଛଡା ଯିବନି

ଭୁବନେଶ୍ବର/କଟକ : ରାଜ୍ୟରେ ଦୁଇଟି ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)- ୨୦୨୩ ପରୀକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ ଯୋଗୁ ତ୍ରୁଟି ହୋଇଛି। ଅନୁରୂପ ଭାବେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ୱାରା ଆୟୋଜିତ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାର ପ୍ରଶ୍ନପତ୍ର ପାଠ୍ୟକ୍ରମ ବାହାରୁ ଆସିଥିବାରୁ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେବେ ଏହି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି, ସେ ନେଇ ତଦନ୍ତ ହେବ। ଯିଏ ଦୋଷୀ ତାକୁ ଛଡାଯିବନି। ଏ ସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି।

ସୂଚନା ଅନୁସାରେ  ରବିବାର ଦୁଇଟି ସିଟିଂରେ ଆ‌େନ୍ଥ୍ରାପୋଲୋଜିର (ଇଚ୍ଛାଧୀନ) ପେପର- ୧ ଏବଂ ପେପର- ୨ରେ ପରୀକ୍ଷା କରାଯାଇଥିଲା। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହୋଇଥିବା ପେପର- ୧ ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ଦାୟିତ୍ବରେ ଥିବା ନିରୀକ୍ଷକ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦେବାକୁ ସିଲ୍‌ ଖୋଲିଥିଲେ; କିନ୍ତୁ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଦେଖି ଏହା ପେପର- ୨ର ପ୍ରଶ୍ନପତ୍ର ବୋଲି କହିଥିଲେ। ଏ ବିଷୟରେ ବିଭିନ୍ନ କେନ୍ଦ୍ରରୁ ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଯାଇଥିଲା ଏବଂ ପେପର- ୨ ପରୀକ୍ଷ‌ା ଶେଷ ହେବା ପରେ ଉକ୍ତ ତ୍ରୁଟି ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପରୀକ୍ଷାର୍ଥୀଙ୍କୁ ଅବଗତ କରାଯାଇଥିଲା। ଅପରାହ୍ଣ ୨ଟା ରୁ ୫ ଟା ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ଆରମ୍ଭ ସମୟରେ ପୁଣି ଥରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏଥିରେ ପେପର- ୧ର ପ୍ରଶ୍ନ ଥିଲା। ତେବେ ପେପର- ୧ର ପ୍ରଶ୍ନ ପେପର- ୨ ପରୀକ୍ଷାରେ ଏବଂ ପେପର- ୨ ରୁ ପ୍ରଶ୍ନ ପେପର- ୧ ପରୀକ୍ଷାରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା; କିନ୍ତୁ ଉଭୟ ପେପରର କୌଣସି ପ୍ରଶ୍ନ ସିଲାବସ ବାହାରୁ ଆସିନଥିବାରୁ ପରୀକ୍ଷା ପୂର୍ବଭଳି ହୋଇଥିଲା। ଏଥିରେ ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ହେବ ନାହିଁ ସତ; କିନ୍ତୁ ସିଭିଲ ସର୍ଭିସ ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ତ୍ରୁଟି ହେବାକୁ ନେଇ ଶିକ୍ଷାବିତ୍‌ମାନେ ନାପସନ୍ଦ କରିଛନ୍ତି। ଏ ସଂକ୍ରାନ୍ତରେ ଓପିଏସ୍‌ସି ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ୭୨ଟି ଇଚ୍ଛାଧୀନ ବିଷୟ ଏବଂ ୭ଟି ବାଧ୍ୟତାମୂଳକ (କମ୍ପଲସରି) ପେପରରେ ମୁଦ୍ରଣ ତ୍ରୁଟି ହୋଇଛି; ପେପର- ୧ ବଦଳରେ ପେପର- ୨ ଲେଖା ରହିଛି; ଏହି ତ୍ରୁଟି ନେଇ ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରରେ ସିଲାବସ୍ ବାହାରୁ କିଛି ପ୍ରଶ୍ନ ଆସିଥିବାରୁ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories