www.samajalive.in
Monday, December 8, 2025
17.1 C
Bhubaneswar

ଆହୁରି ୨ ଦିନ ଅସହ୍ୟ ତାତି; ୨୭ରୁ କାଳବୈଶାଖୀ ଆଣିବ ଆଶ୍ୱସ୍ତି !

ଭୁବନେଶ୍ୱର : ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି। ଆହୁରି ୨ ଦିନ ଏଭଳି ଅସହ୍ୟ ତାତି ଅନୁଭବ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୭ ତାରିଖରୁ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି । କାଳବୈଶାଖୀ ପରେ ପୁଣି ମେ’ ମାସର ପ୍ରଥମ ସପ୍ତାହରେ ଅସହ୍ୟ ଖରା, ଗରମ ହେବ । ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ସୋନପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ନୂଆପଡା, କଳାହାଣ୍ଡି, ଦେବଗଡରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତିରେ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭବ ହେବ।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

- Advertisement -

ଶନିବାର ଅର୍ଥାତ୍‌ ୨୬ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ବରଗଡ, ସୋନପୁର, ଦେବଗଡ. ଅନୁଗୁଳ, ନୂଆପଡା, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ଅନୁଭବ ହେବ ।

ଦେଖନ୍ତୁ ଭିଡିଓ ; ନାଗସାପ ସହ ଏମିତି କରୁଥିଲେ ଯୁବକ, ଆଉ ତା’ପରେ..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories