www.samajalive.in
Sunday, December 7, 2025
16.1 C
Bhubaneswar

ଏମ୍‌୪ କାର୍ବାଇନ, ଏ​‌କେ-୪୭ରୁ ୭୦ ରାଉଣ୍ଡ ଗୁଳି

ଶ୍ରୀନଗର: ପହଲଗାଓଁ ଆକ୍ରମଣରେ ଆତଙ୍କବାଦୀମାନେ କେବଳ ଏକେ-୪୭ ନୁହେଁ, ବରଂ ଆମେରିକା ନିର୍ମିତ ଅତ୍ୟାଧୁନିକ ଏମ୪ କାର୍ବାଇନ ରାଇଫଲ ବ୍ୟବହାର କରିଥିବାର ପ୍ରମାଣ ମିଳିଛି। ପ୍ରାଣ ହରାଇଥିବା କେତେକ ପର୍ଯ୍ୟଟକଙ୍କ ଶରୀରରୁ ଏମ୪ କାର୍ବାଇନ ରାଇଫଲ ଗୁଳି ବାହାର କରାଯାଇଥିବାବେଳେ ଘଟଣାସ୍ଥଳରୁ ଏହାର ଖୋକା ମଧ୍ୟ ମିଳିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଏଭଳି ରାଇଫଲ ପହଞ୍ଚାଇବାରେ ପାକିସ୍ତାନ ସେନାର ହାତ ଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଦୁଇଜଣ ଆତଙ୍କବାଦୀ ଏକେ-୪୭, ଅନ୍ୟ ଆତଙ୍କବାଦୀମାନେ ଏମ୪ କାର୍ବାଇନ ରାଇଫଲ ବ୍ୟବହାର କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହି ଆକ୍ରମଣରେ ଆତଙ୍କବାଦୀମାନେ ମୋଟ ୭୦ ରାଉଣ୍ଡ ଗୁଳି ଫୁଟାଇଥିବା କୁହାଯାଇଛି। ଆକ୍ରମଣରୁ ବର୍ତ୍ତିଯାଇଥିବା କେତେକ ପର୍ଯ୍ୟଟକ ଏହି ଭୟାବହ ଆକ୍ରମଣ ସମ୍ପର୍କରେ ସେମାନଙ୍କର ସ୍ମୃତି ବଖାଣିଛନ୍ତି। ମୋଟ ୭ ଜଣ ଆତଙ୍କବାଦୀ ଦୁଇଟି ଗ୍ରୁପ୍‌ରେ ବିଭକ୍ତ ହୋଇ ସେଠାରେ ପହଞ୍ଚିଥିଲେ। ଚାରିଜଣ ସେନା/ପୁଲିସ ପୋଷାକ ପରିଧାନ କରିଥିବାବେଳେ ଅନ୍ୟ ତିନିଜଣ ସାଧାରଣ ପୋଷାକ (କାବୁଲିୱାଲା)ରେ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories