www.samajalive.in
Monday, December 8, 2025
27.1 C
Bhubaneswar

କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ଏମିତି ଚୁଟ୍‌କିରେ ଜାଣି ପାରିବେ..

ନୂଆଦିଲ୍ଲୀ : ଆପଣଙ୍କୁ ଅନୁଭବ ହେଉଛି କି କେହି ଆପଣଙ୍କ ଆଧାରକାର୍ଡର ଭୁଲ୍‌ ପ୍ରୟୋଗ କରି ବ୍ୟବହାର କରୁଛି । ତେବେ ଖୁବ୍‌ ସହଜରେ ଏବେ ଏହା ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଆଧାରକାର୍ଡ ଅଥେଣ୍ଟିକେସନ ହିଷ୍ଟ୍ରିରେ ଯାଞ୍ଚ କରିବାକୁ ପଡିବ। ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇର ୱେବସାଇଟ୍‌କୁ ଯିବାକୁ ପଡିବ । ଆପଣଙ୍କୁ https://uidai.govt.in କୁ ଯିବାକୁ ପଡିବ। ସେଠାରେ ଲଗ୍‌ଇନ୍‌ କରିବାକୁ ପଡିବ। ସେଠାରେ ଆଧାର ସର୍ଭିସ୍‌ ବିଭାଗକୁ ଯିବାକୁ ପଡିବ। ଏହି ଅପ୍‌ସନ୍‌ ଆପଣଙ୍କୁ ମାଇଁ ଆଧାରରେ ମିଳିଯିବ। ଏଠାରେ ଆଧାର ଅଥେଣ୍ଟିକେସନ ହିଷ୍ଟ୍ରିରେ କ୍ଲିକ୍‌ କରିବାକୁ ପଡିବ।

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

- Advertisement -

ଏହାପରେ ଆପଣଙ୍କୁ ନିଜର ୧୨ ଡିଜିଟ୍‌ର ଆଧାର ନମ୍ବର ଦେବାକୁ ପଡିବ। ସିକ୍ୟୁରିଟି କାର୍ଡ ଏଣ୍ଟର କରିବା ପରେ ଆପଣଙ୍କୁ ଜେନେରେଟ୍‌ ଓଟିପିରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେଟ୍‌ ନମ୍ବରରେ ଓଟିପି ଆସିବ। ଏହି ନମ୍ବର ଭେରିଫିକେସନ ପାଇଁ ଆସିବ। ଆପଣଙ୍କୁ ଅଥେଣ୍ଟିକେସନର ଶୈଳୀରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଡେଟ୍‌ ରେଞ୍ଜ ଚୟନ କରିବାକୁ ପଡିବ। ଯାହାର ତାଲିକା ଜାଣିବାକୁ ଚାହୁଁଛନ୍ତି, ପାଇଯିବେ । ଗତ ୬ ମାସ ମଧ୍ୟରେ ୫୦ ଅଥେଣ୍ଟିକେସନ ପର୍ଯ୍ୟନ୍ତ ରେକର୍ଡକୁ ଆପଣ ଯାଞ୍ଚ କରି ପାରିବେ। ଏଠାରେ ଆପଣ ନିଜର ରେକର୍ଡକୁ ଦେଖିପାରିବେ। ସେହି ତାଲିକାରେ ଆପଣ କିଛି ଭୁଲ୍‌ ଦେଖିଲେ ୟୁଆଇଡିଆଇକୁ ରିପୋର୍ଟ କରି ପାରିବେ।

ଦେଖନ୍ତୁ ଭିଡିଓ ; ନଦୀ ମଝିରେ ସେଲ୍‌ଫି ନେଉଥିଲେ ଯୁବକ, ଆଉ ତା’ପରେ..

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories