www.samajalive.in
Sunday, December 7, 2025
15.1 C
Bhubaneswar

ଏହି ଦିଗକୁ ମୁହଁ କରି କରନ୍ତୁ ନାହିଁ ରୋଷେଇ : ଦେଖାଦେବ ଅନେକ ସମସ୍ୟା

ଘରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ରୋଷେଇ ଘର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଯଦି ରୋଷେଇ ଘରର ବାସ୍ତୁ ଠିକ୍ ନରହେ ତେବେ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ରୋଷେଇ ଘରେ ମୁଖ୍ୟତଃ କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ୍ ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ। ନଚେତ୍ ଭୁଲ ଦିଗକୁ ମୁହଁ କରି ରୋଷଇ କଲେ ଘରେ ଅନେକ ସମସ୍ୟା ଦେଖା ଦେବାର ଆଶଙ୍କା ଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଭଲ ଓ କେଉଁ ଦିଗ ଖରାପ –

-ପୂର୍ବଦିଗକୁ ମୁହଁ କରି ରୋଷେଇ କରନ୍ତୁ। ଏହାଦ୍ଵାରା ଆପଣଙ୍କର କୌଣସି ଅସୁବିଧା ରହିବ ନାହିଁ। ଉତ୍ତର, ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁକରି ଆଦୌ ରୋଷେଇ କରନ୍ତୁ ନାହିଁ।
-ଉତ୍ତରଦିଗକୁ ମୁହଁକରି ରୋଷେଇ କରିବା ଦ୍ବାରା ବ୍ୟବସାୟରେ କ୍ଷତି ଦେଖା ଦେଇଥାଏ।
-ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ପରିବାର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ।
-ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କଲେ ହାଡ଼ କିମ୍ବା ଚର୍ମ ରୋଗ ଦେଖା ଦେଇଥାଏ।
-ଦକ୍ଷିଣ ଦିଗକୁ ମୁହଁକରି ରୋଷେଇ କଲେ ମହିଳାମାନେ ଲଗାତର ଭାବେ ରୋଗରେ ପଡ଼ିଥାଆନ୍ତି।
-ଉତ୍ତର-ପଶ୍ଚିମ ଦିଗକୁ ମୁହଁକରି ରୋଷେଇ କରିବା ଦ୍ବାରା ନକରାତ୍ମକ ଶକ୍ତି ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories