www.samajalive.in
Monday, December 8, 2025
27.1 C
Bhubaneswar

ୟେମେନ ଉପରେ ଆମେରିକାର ଆକ୍ରମଣ, ୨୦ ମୃତ

ସାନା : ଆମେରିକାର ଲଢୁଅ ବିମାନଗୁଡିକ ଗୁରୁବାର ୟେମେନର ରାସ୍‌ ଇସା ବନ୍ଦର ଉପରେ ପ୍ରଚଣ୍ଡ ବୋମାମାଡ କରିଥିବାବେଳେ ୨୦ ଜଣ ପ୍ରାଣ ହରାଇଛନ୍ତି। ୫୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୟେମେନରେ ସକ୍ରିୟ ଥିବା ହୁତି ବିଦ୍ରୋହୀମାନେ ଏହି ବନ୍ଦରରେ ଆଡ୍ଡାସ୍ଥଳୀ ଜମାଇଥିବା ଜଣାପଡିବା ପରେ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଇଛି। ଆମେରିକାର ପରମ ଶତ୍ରୁ ଇରାନ ଏହି ହୁତି ବିଦ୍ରୋହୀଙ୍କୁ ସମର୍ଥନ କରୁଥିବାରୁ ସେମାନଙ୍କୁ ନିପାତ କରିବାକୁ ଏଭଳି ଆକ୍ରମଣ ଜାରି ରହିଛି। ଲୋହିତ ସାଗର ଦେଇ ଯାତ୍ରା କରୁଥିବା ବିଦେଶୀ ପଣ୍ୟବାହୀ ଜାହାଜଗୁଡିକୁ ହୁତି ବିଦ୍ରୋହୀ ଟାର୍ଗେଟ କରିଆସୁଛନ୍ତି। ୟେମେନର ଏହି ବନ୍ଦର ଦେଇ ତୈଳ ରପ୍ତାନୀ କରାଯାଉଥିବାବେଳେ ହୁତି ବିଦ୍ରୋହୀ ବିପୁଳ ଅର୍ଥ ରୋଜଗାର କରୁଛନ୍ତି। ଗୁରୁବାର ହୋଇଥିବା ଆକ୍ରମଣର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁୁଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories