www.samajalive.in
Saturday, December 6, 2025
26.1 C
Bhubaneswar

କାଳବୈଶାଖୀର ତାଣ୍ଡବ, ଡାକ୍ତରଖାନା ସାଇକେଲ ଷ୍ଟାଣ୍ଡ ଛାତ ଉଡିଲା

ଆଠଗଡ: ଆଠଗଡରେ କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ,  ବଜ୍ରପାତ ଓ ବର୍ଷା ହେବା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି । ରାତି ପ୍ରାୟ ୧୨ଟାରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା। ଏହି ଝଡତୋଫାନ ଯୋଗୁଁ ଆଠଗଡ ଉପଖଣ୍ଡ ଡାକ୍ତରଖାନାର ଏକ ସାଇକେଲ ଓ ମଟରସାଇକେଲ ଷ୍ଟାଣ୍ଡର ୩୦ ଫୁଟ ଦୈର୍ଘ୍ଯ ବିଶିଷ୍ଟ ଟିଣ ଛପର ଉଡି ଯାଇଥିଲା। ଫଳରେ ଡାକ୍ତରଖାନାକୁ ଯିବା ପାଇଁ ମୁଖ୍ୟ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା।
ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୂଚନା କ୍ରମେ ଦମକଳ ବାହିନୀ ଓ ବିଦ୍ୟୁତ କର୍ମଚାରୀ ଆସି ଟିଣ ଓ ବିଦ୍ୟୁତ ତାର ହଟାଇ ରାସ୍ତା ସଫା କରିଥିଲେ । ଏଥିସହିତ ବିଭିନ୍ନ ସ୍ଥାନରେ ଗଛର ଡାଳ ମାନ ପଡିଯିବା ଯୋଗୁଁ ବିଦ୍ୟୁତ ବିଭ୍ରାଟ ହେବା ସହ ରାସ୍ତା ଅବରୋଧ ହେବା ଫଳରେ ଯିବାଆସିବ ବ୍ୟାହତ ହୋଇଥିଲା। ତେବେ ବିଭାଗୀୟ କର୍ମଚାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତାରୁ ଡାଳପତ୍ର ହଟାଇବା ସହ ବିଦ୍ୟୁତ ସେବା ସ୍ୱଭାବିକ ହୋଇଥିଲା।
ପ୍ରବଳ ବର୍ଷା ଯୋଗୁଁ ସହର ମଧ୍ୟରେ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ ରୂପେ ନଥିଲ  ଯୋଗୁଁ ଚାନ୍ଦବାଲି ଛକଠାରେ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ଫଳରେ ସହର ମଧ୍ୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର ସକାଳେ ପ୍ରବଳ ବର୍ଷା ହେବା ଯୋଗୁଁ ଦିନତମାମ ବିଦ୍ୟୁତ ସେବା ବ୍ଯାହତ ହେବା ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories