ବେଲଗାଁ : ଟିଟିଲାଗଡ଼ ଜାତୀୟ ରାଜପଥ ୫୯ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣା ରିଗଡୁଲ ଗ୍ରାମ ନିକଟରେ ପିନ୍ଧାଣି ସାରି ଲୋକଙ୍କୁ ଧରି ଫେରୁଥିବା ଏକ ଟିପର ଓଲଟି ପଡିବାରୁ ଜଣେ ମୃତ, ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତ ସମସ୍ତ ଲୋକଙ୍କୁ ଟିଟିଲାଗଡ଼ ଏବଂ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



