www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲା ପ୍ଲାଣ୍ଟିନାର ନୂଆ ମଡେଲ, ସ୍ପ୍ଲେଣ୍ଡରକୁ ଦେବ ଟକ୍କର

ନୂଆଦିଲ୍ଲୀ : ଯଦି ଆପଣ ଏକ ଭଲ ମାଇଲେଜ୍ ଦେଉଥିବା ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ବଜାଜ ପ୍ଲାଣ୍ଟିନା ୧୧୦ର ୨୦୨୫ ମଡେଲ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ଲଞ୍ଚ୍ ପୂର୍ବରୁ ଏହି ବାଇକ୍ ସାରା ଦେଶରେ ବଜାଜ ଶୋରୁମରେ ନଜର ଆସୁଛି । ଏଥିରେ କିଛି ସାମାନ୍ୟ ପରିବର୍ତ୍ତନ କରାଯାଇଛି ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ ।

ନୂଆ ପ୍ଲାଣ୍ଟିନା ୧୧୦ରେ ଏକ ଦମଦାର କଲର କମ୍ବିନେସନ ଦେଖିବାକୁ ମିଳିବ । ବ୍ଲାକ୍ ବେସ୍ ସହିତ ହାଲୁକା ଗ୍ରୀନ୍ କଲର ହାଇଲାଇଟ୍ସ ଏବଂ ଗ୍ରାଫିକ୍ସ ଯାହା ବାଇକକୁ ସ୍ପୋର୍ଟିଂ ଏବଂ ଫ୍ରେଶ୍ ଲୁକ୍ ଦେଉଛି  । ଆଲୟ ହ୍ବିଲ୍ସରେ ମଧ୍ୟ ଗ୍ରୀନ୍ ପିନଷ୍ଟ୍ରାଇପିଂ ଦେଖିବାକୁ ମିଳୁଛି ।

- Advertisement -

ହେଡଲାଇଟ୍ସର ଚାରିପଟେ କ୍ରୋମ୍ ସରାଉଣ୍ଟ ମିଳୁଛି ଯାହା ଏହାକୁ ପ୍ରିମିୟମ୍ ଲୁକ୍ ଦେଉଛି । ଏହା ସହିତ ୟୁଏସବି ଚାର୍ଜିଂ ପୋର୍ଟ ମଧ୍ୟ ମିଳୁଛି । ଏବେ ନୂଆ ଓବିଡି-ଟୁବି ନର୍ମ୍ସ ଅନୁସାରେ ଅପଡେଟ୍ ହୋଇଯାଇଛି । ଏଥିପାଇଁ ଫ୍ୟୁଲ ଇଞ୍ଜେକ୍ଟର ମିଳୁଛି । ପୂର୍ବରୁ ଇଲେକ୍ଟ୍ରୋନିକ୍ କାର୍ବୁରେଟର ମିଳୁଥିଲା । ତେବେ ଏଥିରେ ଡିଜିଟାଲ ସ୍ପିଡୋମିଟର ମିଳୁନି । ଏବେ ମଧ୍ୟ ଏଥିରେ ଆନାଲଗ୍ ମିଟର ମିଳୁଛି । ବଜାରରେ ଏହା ହିରୋ ସ୍ପ୍ଲେଣ୍ଡର ସହ ମୁକାବିଲା କରିବ ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories