www.samajalive.in
Saturday, December 6, 2025
19.1 C
Bhubaneswar

ସ୍ଵାମୀଙ୍କ ପୁଲିସ ପୋଷାକ ପିନ୍ଧି ଆଇଆଇସି ପରିଚୟ ଦେଇ ୮ ଲକ୍ଷ ଠକେଇ, ମହିଳା ଗିରଫ

ସମାଜ ଡିଜିଟାଲ ଡେସ୍କ: ସ୍ଵାମୀଙ୍କ ପୁଲିସ ପୋଷାକ ପିନ୍ଧି ଲୋକଙ୍କୁ ଠକୁଥିଲେ ସ୍ତ୍ରୀ। ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ। ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ପଦକ୍ଷେପ ନେଇଛି। ଅଭିଯୁକ୍ତ ମହିଳା ହେଉଛନ୍ତି ସଂଯୁକ୍ତା ଭୂୟାଁ।

ସୂଚନା ଅନୁସାରେ, ସଂଯୁକ୍ତାଙ୍କ ସ୍ଵାମୀ ଏସଓଜିରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି। ସଂଯୁକ୍ତା ତାଙ୍କ ସ୍ଵାମୀଙ୍କ ପୋଷାକ ପିନ୍ଧି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଡିପି ରଖିଥିଲେ। ଏହା ପରେ ସେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ। ପୁଲିସ ପୋଷାକର କ୍ଷମତାକୁ ସେ ଅପବ୍ୟବହାର କରି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିଲେ। ଅନ୍ଧାରୁଆ ଅଞ୍ଚଳର ଜଣେ ଦମ୍ପତିଙ୍କୁ ସେ ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇ କରିଥିଲେ। ଏ ନେଇ ବିଷ୍ଣୁ ପ୍ରସାଦ ମୁଦୁଲି ନାମକ ବ୍ୟକ୍ତି ପୁଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରି ଠକେଇର ପର୍ଦ୍ଦାଫାଶ କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories