www.samajalive.in
Friday, December 5, 2025
27.1 C
Bhubaneswar

ବିଶ୍ବର ଶ୍ରେଷ୍ଠ ୨୦ ବିମାନ ବନ୍ଦର ମଧ୍ୟରୁ ଭାରତ ବାଦ୍‌

ନୂଆଦିଲ୍ଲୀ: ବିଶ୍ବର ସର୍ବୋତ୍କୃଷ୍ଟ ଓ ସ୍ବଚ୍ଛ ବିମାନ ବନ୍ଦର ତାଲିକାର ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଏସିୟା ମହାଦେଶର ତିନି ବିମାନ ବନ୍ଦର ସିଙ୍ଗାପୁର, ଦୋହା ଓ ଟୋକିଓ। ଶୁକ୍ରବାର ବ୍ରିଟେନ୍‌ର ସ୍କାଏଟ୍ରାକ୍ସ ସଂସ୍ଥା ପକ୍ଷରୁ ଭିତ୍ତିିଭୂମି, ସୁବିଧାସୁଯୋଗ, ସ୍ବଚ୍ଛତା, ଆୟ ଓ ଯାତ୍ରୀ ପରିବହନ କ୍ଷମତା ଆଦି ବିଚାରରେ ତାଲିକା ପ୍ରସ୍ତୁତ କରାଯାଇଛି। ସିଙ୍ଗାପୁରର ଚାଙ୍ଗଜି ବିମାନ ବନ୍ଦର କ୍ରମାଗତ ୧୩ ଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଦୋହାର ହମାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦର ଓ ଟୋକିଓର ହାନେଦା ବିମାନ ବନ୍ଦର ମଧ୍ୟ କ୍ରମାଗତ ଭାବେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବର ୨୦ ଶ୍ରେଷ୍ଠ ବିମାନ ବନ୍ଦର ତାଲିକାରେ ଭାରତର କୌଣସିଟି ନଥଲେ ମଧ୍ୟ ଦକ୍ଷିଣ ଏସିଆରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ୪ଟି ସ୍ଥାନ ହାସଲ କରିଛି। ତାଲିକାର ପରବର୍ତ୍ତୀ ସ୍ଥାନରେ ଯଥାକ୍ରମେ ଇଞ୍ଚେଅନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର, ନାରିତା ଆନ୍ତର୍ଜାତିକ ବିମାନ ବନ୍ଦର, ହଂକଂ ଆନ୍ତର୍ଜାତିକ ବିମାନ ବନ୍ଦର, ପ୍ୟାରିସ୍‌ ଚାର୍ଲସ୍‌ ଡି’ ଗୌଲେ, ରୋମ୍‌ର ଫ୍ୟୁମିସିନୋ, ମୁନିକ୍‌, ଜୁରିକ୍‌, ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦର, ହେଲ୍‌ସିଙ୍କି-ଭାନାଟା ବିମାନ ବନ୍ଦର, ଭାଙ୍କୋଭର ଆନ୍ତର୍ଜାତିକ ବିମାନ ବନ୍ଦର, ଇସ୍ତାନବୁଲ, ଭିଏନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର, ମେଲବର୍ଣ୍ଣ, ଛୁବୁ ସେଣ୍ଟ୍ରାର ଆନ୍ତର୍ଜାତିକ ବିମାନ ବନ୍ଦର, କୋପେନ୍‌ହେଗେନ୍‌, ଆମ୍‌ଷ୍ଟରଡମ୍‌ ସିଫୋଲ୍‌ ବିମାନ ବନ୍ଦର, ବାହାରିନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର ରହିଛି। ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଦକ୍ଷିଣ ଏସିଆରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲାବେ​ଳେ ଗୋଆ ମନୋହର ଆନ୍ତର୍ଜାତିକ ବିମାନ ବନ୍ଦର ଦକ୍ଷିଣ ଏସିଆରେ ସବୁଠୁ ସ୍ବଚ୍ଛ ବିବେଚିତ ହୋଇଛି। ସେହିପରି ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ଶ୍ରେଷ୍ଠ ଆଞ୍ଚଳିକ ବିମାନ ବନ୍ଦର ବିବେଚିତ ହୋଇଥିଲାବେଳେ କର୍ମଚାରୀ ଦୃଷ୍ଟିରୁ ହାଇଦରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଶ୍ରେଷ୍ଠ ବିବେଚିତ ହୋଇଛି। ଏମାନେ ସ୍କଏଟ୍ରାକ୍ସ ୱର୍ଲଡ ଏୟାରପୋର୍ଟ ଆୱାର୍ଡ-୨୦୨୫ ପାଇଁ ମନୋନୀତ ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories