କଲ୍ୟାଣସିଙ୍ଗପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୭ଜଣ ବିଦ୍ୟାର୍ଥୀ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିବା ସୁଚନା ମିଳିଛି । ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ଷଷ୍ଠ ଓ ନବମ ଶ୍ରେଣୀ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି । ବ୍ଲକର ସମସ୍ତ ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀରେ ୪୬ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବାବେଳେ ୩୬ ଜଣ ପରୀକ୍ଷା ଦେଇଛନ୍ତି । ବଳକା ୧୦ଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ଅନୁପସ୍ଥିତ ରହିଛନ୍ତି । ସେହିପରି ନବମ ଶ୍ରେଣୀରେ ୮୧ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ । ବଳକା ୨୦ଜଣ ଅନୁପସ୍ଥିତ ରହିଥିବା ପରୀକ୍ଷା କେନ୍ଦ୍ରରୁ ସୂଚନା ମିଳିଛି । ଏହାକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ ପରିଚାଳନା କରିଥିବାବେଳେ ରାମଚନ୍ଦ୍ର ପ୍ରଧାନ, ଉମାଶଙ୍କର ଖରା , ମନୋଜ କୁମାର ସାହୁକାର, ଅଜିତ ମିଶ୍ର ,ଶ୍ରୀ ଧର ପାତ୍ର ,ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରକୁ ସହଯୋଗ କରିଥିଲେ ।
Popular Categories



