www.samajalive.in
Friday, December 5, 2025
27.1 C
Bhubaneswar

ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ରେଙ୍ଗାଲି କ୍ୟାମ୍ପ : ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ କୋଶଳ ସ୍କୁଲ ନିକଟରେ ଥିବା ନୂଆଁ ଖଇର ପାଲି କେନାଲ କଡ଼ରେ ରହିଛି କେ ସାବିତ୍ରୀଙ୍କ ଘର। ସେ ମାସେ ହେବ କର୍ଣ୍ଣାଟକ ଜିନ୍ଦଲରେ କାମ କରୁଥିବା ପୁଅ କେ ସତିଶ କୁମାରଙ୍କ ସହ ରହୁଥିଲେ। ଇତି ମଧ୍ୟରେ ଘର ସମ୍ମୁଖରେ ରହୁଥିବା କେ ସାବିତ୍ରୀଙ୍କ ମା’ ଲକ୍ଷ୍ମୀ ଓ ବଡ ଭଉଣୀଙ୍କୁ ଘର ଦେଖାଦେଖି କରିବା ପାଇଁ କହି ପୁଅ ସହ ଯାଇଥିଲେ ଏବଂ ସାବିତ୍ରୀଙ୍କ ବଡ ଭଉଣୀଙ୍କ ସ୍ବାମୀ ଘର ଦେଖରେଖା ସହ ଘର ଜଗୁଥିଲେ। ହେଲେ କୌଣସି କାରଣ ବଶତଃ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସାବିତ୍ରୀ ଘରେ ନରହି ସମ୍ମୁଖରେ ଥିବା ନିଜ ଘରେ ପାଞ୍ଚ ଦିନ ହେବ ଶୋଉଥିଲେ। ଦୁର୍ବୃତ୍ତ ମାନେ ଏହି ସୁଯୋଗ ନେଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ସାବିତ୍ରୀ ଘରେ ପ୍ରତ୍ୟହ କାର୍ଯ୍ୟରତ ଥିବା ଜଯୁଆ ନାମକ ଏକ ଯୁବକ ସାବିତ୍ରୀଙ୍କ ମା’ ଘରୁ ଚାବିକାଠି ନେଇ ଆଜି ସକାଳ ୬ଟାରେ ଗେଟ ଖୋଲି ସଫାସୁତୁରା କରିବା ପାଇଁ ଯାଇଥିବାବେଳେ  ଭିତର ଗେଟର ତାଲା ଭାଙ୍ଗି ତଳେ ପଡିଥିବା ଦେଖି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ଅଧିକାରୀ ବିଜୟ ଲକ୍ଷ୍ମୀ ତିର୍କି ଅନୁସନ୍ଦାନୀ କୁକୁର ସହ ଦଳବଳ ପହଞ୍ଚି ଅଧିକରୁ ଅଧିକ ତଦନ୍ତ କରିବା ସମୟରେ ଭିତରେ ରହିଥିବା ଦୁଇଟି କୋଠରୀର ଗେଟ ତାଲା ଭାଙ୍ଗିବା ସହ ଆଲମୀରା ଓ ଲକରର ତାଲା ଭାଙ୍ଗିବା ସହ ଆସବାବ ପତ୍ର ଏପଟ ସେପଟ ଫିଙ୍ଗି ଦେଇ ମୂଲ୍ୟବାନ ଜିନିଷ ପତ୍ର ନେଇ ଫେରାର ମାରିଥିବା ଅନୁମାନ କରାଯାଉଛି। ଖବର ପାଇ କେ ସାବିତ୍ରୀ ପୁଅଙ୍କ ସହ ଆସି ଦେଖିବା ମାତ୍ରେ ଚୋରି ହୋଇଥିବା ସମ୍ପୂର୍ଣ ଆକଳନ ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories