www.samajalive.in
Thursday, December 11, 2025
23.1 C
Bhubaneswar

ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ଭୁବନେଶ୍ଵର: ପଟିଆସ୍ଥିତ ଏକ ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି। ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଛନ୍ତି ଯୁବ ବିଜେଡି ନେତା। ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା ବୈଠକରେ ଉପସ୍ଥିତ ଅଛନ୍ତି। ପ୍ରଭାତ ତ୍ରିପାଠୀ, ଅନଙ୍ଗ ଉଦୟ ସିଂଦେଓ, ରୁଦ୍ର ମହାରଥୀ, ରଜନୀକାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ସରୋଜିନୀ ହେମ୍ବ୍ରମ ମଧ୍ୟ ଉପସ୍ଥିତ ଅଛନ୍ତି।

ବୈଠକ ସରିବା ପରେ ଶଶି ଭୂଷଣ ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳୀୟ ରାଜନୀତି ବ୍ୟକ୍ତିମାନେ ଏକାଠି ବସିବାରେ କିଛି ଅସୁବିଧା ନାହିଁ। ଏବେ ବି ଆମ ମନ ଏବଂ ଓଡ଼ିଶାବାସୀଙ୍କ ମନରେ ନବୀନ ବାବୁ ଅଛନ୍ତି। ନିର୍ବିବାଦୀୟ ନେତା ନବୀନ ପଟ୍ଟନାୟକ। ଆମେ ନବୀନଙ୍କ ସାଥିରେ ଅଛୁ, ତାଙ୍କୁ କୌଣସି ବାହ୍ୟଶକ୍ତି ଦୁର୍ବଳ କରିବାକୁ ଆସିଲେ ଆମେ ବରଦାସ୍ତ କରିବୁ ନାହିଁ। ଆମେ ଏକାଠି ବସିବା କଥା ନବୀନ ଜାଣିଛନ୍ତି। ଦଳ ସଭାପତିଙ୍କଠାରୁ ଅନୁମତି ନେଇ ଆମେ ଏକାଠି ବସିଥିଲୁ କହିଛନ୍ତି ଶଶୀଭୂଷଣ ବେହେରା। ଏହି ବୈଠକ ସମ୍ପର୍କରେ ନବୀନ ଅବଗତ ଅଛନ୍ତି ବୋଲି ଅଶୋକ ପଣ୍ଡା ମଧ୍ୟ କହିଛନ୍ତି।

- Advertisement -

ସେହିପରି ବିଜେଡିର ପୂର୍ବତନ ବିଧାୟକ ଆୟୁବ ଖାଁ କହିଛନ୍ତି, ସମୁଦ୍ର ମନ୍ଥନ ହୋଇଥିଲା। ବିଷ ଆଉ ଅମୃତ ବାହାରିଥିଲା। ଏବେ ବିଜେଡିରେ ମନ୍ଥନ ଚାଲିଛି। ଦଳର ପୁରୁଣା ଓ ସମର୍ପିତ ନେତା ଅମୃତ ପିଇବେ, ବିଷ ଫୋପଡ଼ା ଯିବ। ଯେଉଁମାନେ ଦଳର କ୍ଷତି କରୁଛନ୍ତି ତାଙ୍କୁ ବିଷ ଦିଆଯିବ। ଆମେ ନବୀନଙ୍କ ସପକ୍ଷରେ ଅଛୁ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories