www.samajalive.in
Monday, December 8, 2025
14.1 C
Bhubaneswar

 ପେଟ୍ରୋଲ ଏଟିଏମ୍‍ ତିଆରି କଲେ ଆଦିବାସୀ ଯୁବକ 

ହରିଚନ୍ଦନପୁର : ସାଧାରଣତଃ ଏଟିଏମରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବା କଥା ସମସ୍ତେ ଜାଣିଛନ୍ତି। ହେଲେ ଟଙ୍କା ଭର୍ତ୍ତି କଲେ ପେଟ୍ରୋଲ ବାହାରିବା ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏମିତି ଏକ ଆଶ୍ଚର୍ଯ୍ୟକର ମେସିନକୁ ହରିଚନ୍ଦନପୁର ବ୍ଲକ ଆଦିବାସୀ ବହୁଳ ବ୍ରାହ୍ମଣୀପାଳ ଅଞ୍ଚଳର ଜିତେନ୍ଦ୍ର ହେମ୍ବ୍ରମ ଉଦ୍ଭାବନ କରିଛନ୍ତି। ଯେଉଁ ମେସିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଛି।
ଖବର ଅନୁଯାୟୀ, ବ୍ରହ୍ମଣୀପାଳ ଗ୍ରାମର କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ର ହେମ୍ବ୍ରମଙ୍କ ପାଠ ପଢିବାରେ ବହୁତ ଇଚ୍ଛା ଓ ଆଗ୍ରହ ଥିଲେ ବି ପାରିବାରିକ ଆର୍ôଥକ ସମସ୍ୟାକୁ ନେଇ ୧୦ଶ୍ରେଣୀରୁ ପାଠ ପଢାରେ ଡୋରି ବନ୍ଧା ହୋଇଥିଲା। ଆଜି ପର୍ଯ୍ୟନ୍ତ ବ୍ରାହ୍ମଣୀପାଳର ଆଖପାଖ ଅଞ୍ଚଳରେ ପେଟ୍ରୋଲ ପମ୍ଫ ନଥିବା କାରଣରୁ ଲୋକମାନେ ଏଥିନିମନ୍ତେ୨୦କିଲୋମିଟର ଅତିକ୍ରମ କରି ଯାଜପୁର ଜିଲା ଡୁବୁରୀ ଓ ହରିଚନ୍ଦନପୁର , ଭଗାମୁଣ୍ଡା ପେଟ୍ରୋଲ ପମ୍ପ ଆଦି ଉପରେ ନିର୍ଭର କରିଥାନ୍ତି। ବ୍ରହ୍ମଣୀପାଳ ବଜାରରେ ଖୁଚୁରା ପେଟ୍ରୋଲ ବିକ୍ରି ହେଉଥିଲେ ମଧ୍ୟ ରାତ୍ରିକାଳରେ ପେଟ୍ରୋଲ ସମସ୍ୟାକୁ ନେଇ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସବୁ ସମସ୍ୟାକୁ ଅନୁଧ୍ୟାନ କରି ନିଜ ଜ୍ଞାନ କୈାଶଳ ପ୍ରୟୋଗ କରି ଜିତେନ୍ଦ୍ର ଏକ ମିନି ପେଟ୍ରୋଲ ପମ୍ପ ତିଆରି କରି ଲୋକଙ୍କ ସମସ୍ୟା ଦୂର କରି ନିଜେ ସ୍ୱବଲମ୍ବୀ ହୋଇପାରିଛନ୍ତି। ଏହି ମେସିନ ତିଆରି କରିବା ପାଇଁ ଜିତେନ୍ଦ୍ରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲେ ମଧ୍ୟ ବିଭିନ୍ନ ସ୍ଥାନରୁ ଆବଶ୍ୟକୀୟ ପୁରୁଣା ଯନ୍ତ୍ରାଂଶ ସଂଗ୍ରହ କରି ଦୀର୍ଘ ୬ମାସରୁ ୭ମାସ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଏ ଅଞ୍ଚଳର ଲୋକଙ୍କୁ ୨୪ଘଣ୍ଟା ତେଲ ସେବା ଯୋଗାଉଥିବା ମିନି ପେଟ୍ରୋଲ ପମ୍ପ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଏହି ମିନି ପେଟ୍ରୋଲ ପମ୍ପରେ ୧୦୦ ଓ ୫୦ଟଙ୍କିଆ ନୋଟ ଭର୍ତ୍ତି କଲେ ଟଙ୍କା ଅନୁଯାୟୀ ସଠିକ୍‍ ପରିମାଣର ପେଟ୍ରୋଲ ପାଇପାରୁଛନ୍ତି ସମସ୍ତ ଗ୍ରାହକ। ଦିନ ରାତି ୨୪ଘଣ୍ଟା ଏହି ମେସିନରୁ ଲୋକମାନେ ଉଚିତ ପରିମାଣର ପେଟ୍ରୋଲ ପାଇ ପାରୁଥିବାରୁ ଏ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଛି। କେବଳ ଏତିକି ନୁହେଁ ଜିତେନ୍ଦ୍ର ଆଗକୁ ଉଡନ୍ତା ବାଇକ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଥିବାର ସୂଚନା ଦେଇଛନ୍ତି। ନିରନ୍ତର ପ୍ରୟାସ ଜାରି କରିଆସୁଥିବା ଆଦିବାସୀ ଯୁବକଙ୍କୁ ସରକାରୀ ପ୍ରେତ୍ସାହନ ମିଳିଲେ ନିଜର ମିନି ପେଟ୍ରୋଲ ପମ୍ପକୁ ଆଗାମୀ ଦିନରେ ଆହୁରି ଉନ୍ନତମାନର କରିପାରନ୍ତେ। ଏଥି ସହ ଆଗାମୀ ଦିନରେ ଆହୁରି ଅନେକ ଆର୍କଷଣୀୟ ତଥା ଉନ୍ନତମାନର ମେସିନ ଉଦ୍ଭାବନ କରିବାରେ ସଫଳ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ହୋଇଛି।.

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories