www.samajalive.in
Monday, December 8, 2025
24.1 C
Bhubaneswar

ବାଲି ବୋଝେଇ ହାଇୱା ଜବତ କଲା ବନବିଭାଗ

ପାଟଣା : ପାଟଣା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗତ ରାତି ୧୦ ଟା ୪୫ ରେ ଚାଙ୍ଗୁଆପଡା ବୈତରଣୀ ଗର୍ଭରୁ ଏକ ବାଲି ବୋଝେଇ ହାଇୱା ଜବତ କରାଯାଇଛି । ବେଆଇନ ଭାବେ ବାଲି ପରିବହନ ହେଉଥିବା ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ,ପାଟଣା ବନପାଳ ପିଅନ ନାଏକ ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଓ ଅନ୍ୟ ପାରା କର୍ମଚାରୀ ମାନେ ଚାଙ୍ଗୁଆପଡା ନିକଟରେ ଚଢ଼ାଉ ସମୟରେ ଓ ଆର ୧୯ ଏମ ୪୯୭୯ ବିଶିଷ୍ଟ ହାଇଓ୍ବାକୁ ବାଲି ବୋଝେଇ ଅବସ୍ଥାରେ ଜବତ କରିଛନ୍ତି। ଏହା ଛଡ଼ା ହାଇୱା ଚାଳକ ବିମଲ କୁମାର ନାଏକଙ୍କୁ ମଧ୍ୟ ବନବିଭାଗ ଅଟକ ରଖିଛି। ପାଟଣା ବନାଞ୍ଚଳ ଖିରେଇ ଟାଙ୍ଗିରୀ ସେକ୍ସନ ଯମୁନା ପଶି ବିଟ ଅଞ୍ଚଳର ଏହି ଜାଗାରୁ ଜବତ ହାଇୱାଟି ବଡ ଧନୁର୍ଜୟପୁର ଗ୍ରାମର ତ୍ରିଲୋଚନ ମହାନ୍ତଙ୍କର ବୋଲି ଜଣାପଡିଛି। ଜୋରିମାନା ଆଦାୟ ପରେ ହାଇୱାକୁ ଛଡ଼ାଯିବ ବୋଲି ବନବିଭାଗ ସୂଚନା ଦେଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories