www.samajalive.in
Monday, December 8, 2025
27.1 C
Bhubaneswar

ଅରୁଣାଚଳରେ ୪ହଜାର କୋଟିର ଶିଳାନ୍ୟାସ ଏବଂ ଉଦଘାଟନ କଲେ ମୋଦୀ

ଇଟାନଗର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ୪ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ବହୁ ଯୋଜନା ଉଦଘାଟନ କରିଛନ୍ତି । ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଶିଳାନ୍ୟାସ କରିଛନ୍ତି । ମୋଦୀ ହୋଲ୍ଲୋଙ୍ଗୀରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଏବଂ ଲୋହିତ ଜିଲ୍ଲାର ତେଜୁରେ ଏକ ପୁନଃସଂଯୋଜିତ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ ପାଇଁ ଏକ ନୂତନ ଦୁରଦର୍ଶନ ଚ୍ୟାନେଲ ଡିଡି ଅରୁଣ ପ୍ରଭାର ଉଦଘାଟନ କରିଛନ୍ତି । ଏହା ସହ  ୧୧୦ ମେଗାୱାଟର ବିଜୁଳି ଦେଶକୁ ଦେଇଛନ୍ତି । ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏକ ସ୍ଥାୟୀ ପରିସରର ଶିଳା ରଖିଛନ୍ତି । ଆଇଜି ପାର୍କରେ ଆୟୋଜିତ ଏକ ସମାରୋହରେ ରିମୋର୍ଟ ଜରିଆରେ ୫୦ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି । ଅରୁଣାଚଳରେ ସୂର୍ୟ୍ୟର ଉଦୟ ହୋଇ ସାରିଛି । ଏହା ଦେଶର ଆତ୍ମବିଶ୍ୱାସ । ଆଜି ଅରୁଣାଚଳ ପ୍ରଦେଶ ଯାହା ପାଇଛି ତାହା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଦେଶ ପାଇବ । ଏହା ସହ ରାଜ୍ୟର ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ପରିଯୋଜନା ଚାଲିଛି ବୋଲି ମୋଦୀ କହିଛନ୍ତି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories