www.samajalive.in
Sunday, December 7, 2025
16.1 C
Bhubaneswar

ଅତିଥି ଶିକ୍ଷକଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯାଉ

ଭୁବନେଶ୍ଵର: ଆପଣଙ୍କ ସ୍ବନାମଧନ୍ୟ ସମ୍ବାଦପତ୍ର ଜରିଆରେ ଓଡ଼ିଶା ରାଜ୍ୟ ଶିକ୍ଷା ବିଭାଗର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ ଅତିଥି ଶିକ୍ଷକମାନଙ୍କର ପାରିଶ୍ରମିକ ବାବଦରେ ରାଜ୍ୟ ସରକାର /ମୁଖ୍ୟମନ୍ତ୍ରୀ /ଶିକ୍ଷାମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ଗତକାଲି ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଶିକ୍ଷାମନ୍ତ୍ରୀ କହିଲେ ଯେ ବ୍ଲକ ଗ୍ରାଣ୍ଟ ସ୍କୁଲମାନଙ୍କରେ ଖାଲି ଥିବା ଶିକ୍ଷକ ପଦ ଅତିଥି ଶିକ୍ଷକଙ୍କ ଦ୍ୱାରା ପୂରଣ କରାଯାଇ ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ମାତ୍ର ମୁଁ ଏଠାରେ କହିବାକୁ ଚାହେଁ ଯେ, ସରକାର ଅତିଥି ଶିକ୍ଷକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରୁନାହାନ୍ତି। ସରକାରଙ୍କ ଅତିଥି କର୍ମଚାରୀ ନିୟୋଜନ ପାଇଁ ରାଜ୍ୟ ଅର୍ଥ ବିଭାଗ ତାଙ୍କର ପତ୍ର ସଂଖ୍ୟା ୨୪୫୩୩ ତା ୨୯.୦୯.୨୦୨୨ ରେ ସ୍ପଷ୍ଟଭାବେ ନିର୍ଦେଶ ଦେଇଛନ୍ତି ଯେ ନିୟୋଜିତ କର୍ମଚାରୀମାନେ ଅବସର ଗ୍ରହଣ କରିବା ସମୟରେ ପେ’ ମେଟ୍ରିକ୍ସର ଯେଉଁ ସ୍ତରରେ ଥିବେ ତଦନୁଯାୟୀ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରେ ନିୟୋଜିତ ଅତିଥି ଶିକ୍ଷକଙ୍କୁ ଯଥାକ୍ରମେ ମାସିକ ୧୨୦୦୦ ଟଙ୍କା ଓ ୧୬୦୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ଗଣଶିକ୍ଷା ବିଭାଗ କେଉଁ ନିର୍ଦେଶ ବଳରେ ମାଧ୍ୟମିକ ସ୍ତରରେ ନିୟୋଜିତ ଅତିଥି ଶିକ୍ଷକମାନଙ୍କୁ ୧୨୦୦୦ ଟଙ୍କା ମାସିକ ପାରିଶ୍ରମିକରେ ନିୟୋଜିତ କରି ଅଛନ୍ତି ? ସରକାରଙ୍କ ରାଜସ୍ବ, ନଗର ଉନ୍ନୟନ ବିଭାଗରେ ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକମାନଙ୍କୁ ୨୦୦୦୦ ଟଙ୍କା ମାସିକ ପାରିଶ୍ରମିକରେ ନିୟୋଜିତ କରାଯାଇଛି। ଏଣୁ ସରକାରଙ୍କୁ ଅନୁରୋଧ ଏହାର ସମାଧାନ ପୂର୍ବକ ଏକ ସମାନ ନିୟମ ଲାଗୁ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories