www.samajalive.in
Saturday, December 13, 2025
15.1 C
Bhubaneswar

ଚୈତ୍ର ନବରାତ୍ରୀରୁ ଏହି ୪ ରାଶିଙ୍କର ଆରମ୍ଭ ହେବ ଭଲ ସମୟ, ରହିବ ମା’ ଦୁର୍ଗାଙ୍କ କୃପା

ସମାଜ ଡିଜିଟାଲ ଡେସ୍କ: ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରୁ ଚୈତ୍ର ନବରାତ୍ରୀ, ଯାହାର ସମାପନ ଏପ୍ରିଲ ୭ରେ ହେବ। ନବରାତ୍ରୀ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ରୂପକୁ ସମର୍ପିତ ହୋଇଥାଏ। ମାର୍ଚ୍ଚ ୩୦ ରବିବାର ପଡ଼ୁଛି, ଅର୍ଥାତ୍ ଏଥର ନବରାତ୍ରୀ ରବିବାରଠାରୁ ଆରମ୍ଭ ହେଉଛି। ତେଣୁ ମା’ ହାତୀ ବାହାନରେ ଆସିବେ। ଶାସ୍ତ୍ରରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ରହିଛି, ଯେଉଁ କାରଣରୁ ଏହି ୯ ଦିନ ଅତ୍ୟନ୍ତ ଶୁଭପ୍ରଦ ରହିଛି। ବିଶେଷ ଭାବରେ କିଛି ରାଶି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ନବରାତ୍ରୀରୁ କେଉଁ ରାଶିର ବ୍ୟକ୍ତିଙ୍କ ଭଲ ଦିନ ଆସିବାକୁ ଯାଉଛି-

କର୍କଟ ରାଶି: 

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀ ୯ ଦିନ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭପ୍ରଦ ହୋଇପାରେ। ଏହି ସମୟ ମଧ୍ୟରେ ଆପଣ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଦେଖିପାରନ୍ତି। ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କୁ କର୍ମରେ ସଫଳତା ମିଳିବ, ପୁରୁଣା ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ହୋଇପାରିବ, କ୍ୟାରିଅରରେ ବେଶ୍‌ ଉନ୍ନତି ଘଟିବ। ଏଥିସହ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।

କନ୍ୟା ରାଶି:

ଏହି ନବରାତ୍ରୀ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ସମୟ ଆଣିବ। ବିଶେଷ କରି କ୍ୟାରିୟର ଏବଂ ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇପାରିବେ। ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କର ପୁରୁଣା କ୍ଷତି ପୂରଣ ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସମୟ ମଧ୍ୟରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ସମ୍ପର୍କ ମଜଭୂତ ହେବ ଏବଂ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।

ତୁଳା ରାଶି:

ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଏହି ନବରାତ୍ରୀ ବେଶ୍‌ ଶୁଭପ୍ରଦ ହେବାକୁ ଯାଉଛି। ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି। ଘର-ପରିବାରରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ମା’ ଦୁର୍ଗାଙ୍କ କୃପାରୁ ପ୍ରଗତି ଏବଂ ସମୃଦ୍ଧି ଅନୁଭବ କରିବେ।

ମକର ରାଶି:

ଏସବୁ ବ୍ୟତୀତ ଚୈତ୍ର ନବରାତ୍ରୀ ମକର ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଲାଭଦାୟକ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମକୁ ମାନ୍ୟତା ମିଳିବ ଏବଂ ଚାକିରିର ସୁଯୋଗ ପାଇପାରନ୍ତି। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତିର ସମ୍ଭାବନା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories