www.samajalive.in
Thursday, December 11, 2025
15.1 C
Bhubaneswar

ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ

ପାତ୍ରପୁର: ଦିଗ ପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମରେ ଗୁରୁବାର ମହା ବାରୁଣୀ ସ୍ନାନ ଯାତ୍ରା ପାଳିତ ହୋଇଛି। ଗ୍ରାମ ନିକଟରେ ପ୍ରବାହିତ ପବିତ୍ର ବହୁଦା ନଦୀର ମହା ଶ୍ମଶାନ ଉତ୍ତର ବାଙ୍କ ବାରୁଣୀ ଘାଟ ନିକଟରେ ଅଞ୍ଚଳର ବହୁ ଭକ୍ତ ବୁଡ଼ ପକାଇଥିଲେ। ଲୋକମାନେ ବାରୁଣୀ ଘାଟରେ ବୁଡ଼ ପକାଇବା ପରେ ନିକଟରେ ଥିବା ବିଶ୍ୱନାଥ ମନ୍ଦିର, ବାଇଧର ମନ୍ଦିର, ହନୁମାନ ମନ୍ଦିର ଦର୍ଶନ କରିବା ସହ ଦାନ ଧର୍ମ କରିଥିଲେ। ପ୍ରତିବର୍ଷ ଭଳି ବାଇଧରଙ୍କ ପୀଠରେ ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବୃନ୍ଦାବନ ମିଶ୍ର କର୍ତ୍ତା ରୂପେ ହୋମ କରିଥିଲେ। ଅଞ୍ଚଳର ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ଦଳ ପହଞ୍ଚି ସଂକୀର୍ତ୍ତନ କରିଥିଲେ। ଯାତ୍ରା ପାଇଁ ଗତ କାଲି ସନ୍ଧ୍ୟାରେ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ବାଦ୍ୟ ବାଜଣ ସହକାରେ ଅନୁକୂଳ ବାନା ଆଣି ବାରୁଣୀ ପୀଠରେ ସ୍ଥାପନ କରାଯାଇ ଥିଲା। ମଧ୍ୟ ରାତ୍ରୀରେ ହରିହର ଭେଟ ପରେ ଆଳତି କରିବା ସହ ଉଭୟ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରି ବାରୁଣୀ ଘାଟକୁ ନିଆଯାଇଥିଲା। ପ୍ରଭୁଙ୍କ ନଗର ପରିକ୍ରମା ବେଳେ ବାଦ୍ୟ ବାଜନା ସହିତ କୁନି କୁନି କଳାକାରଙ୍କ ବିଭିନ୍ନ ପଟୁଆର ସାଙ୍ଗକୁ ରଙ୍ଗୀନ ଆଲୁଅ ଯାତ୍ରାର ଶୋଭା ବଢାଇଥିଲା। ପାତ୍ରପୁର ଅଞ୍ଚଳର ନୂଆଗଡ଼, ସମାସିଙ୍ଗି ଶାସନରେ ବାରୁଣୀ ସ୍ନାନଯାତ୍ରା ପ୍ରତିବର୍ଷ ପାଳନ ହେଉଛି। ତିନିଦିନ ବ୍ୟାପୀ ସମାସିଙ୍ଗି ଶାସନ ଗ୍ରାମରେ ପାଳନ ହେବାକୁ ଥିବା ଯାତ୍ରାରେ ବିଭିନ୍ନ ନାଟକ ମଞ୍ଚସ୍ଥ ହେବା କାର୍ଯ୍ୟକ୍ରମ ରହିଛି।ପ୍ରଭୁଙ୍କ ପଟୁଆର ଦେଖିବା ପାଇଁ ଅଞ୍ଚଳର ବହୁ ଭକ୍ତଙ୍କ ସହିତ ଗ୍ରାମର ବହୁ ବ୍ୟକ୍ତି ଗ୍ରାମକୁ ଆସିବା ଫଳରେ ଜନ ସମାଗମ ବୃଦ୍ଧି ପାଇଛି। ପୂଜକ ଭାବେ ବିନାୟକ ଷଡ଼ଙ୍ଗୀ, ବଳରାମ ରଣା(ଗୋବିନ୍ଦ) ଯୋଗ ଦେଇ ପ୍ରତ୍ୟେକ ଦୂଆରେ ଦୁଇ ପ୍ରଭୁଙ୍କ ଭୋଗ ଖିଆ କାର୍ଯ୍ୟରେ ପୂଜା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories