www.samajalive.in
Thursday, December 11, 2025
16.1 C
Bhubaneswar

ଜାଲ କାଗଜରେ ଲଘୁ ଖଣିଜ ସାମଗ୍ରୀ ଚାଲାଣ, ଖଣି ବିଭାଗ ନୀରବଦ୍ରଷ୍ଟା

ଆଠଗଡ: ଜାଲ୍ କାଗଜପତ୍ରରେ ଆଠଗଡ ରାସ୍ତା ଦେଇ ପ୍ରତିଦିନ ବହୁ ପରିମାଣର ଲଘୁ ଖଣିଜ ସାମଗ୍ରୀର ଚୋରା ଚାଲାଣ ହେଉଥିବାବେଳେ ଖଣିଜ ବିଭାଗ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି। ରାଜ୍ୟର ତତ୍କାଳୀନ ବିଜେଡି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିର ଫାଇଦା ଉଠାଇ ଚାଲିଛନ୍ତି ଖଣିଜ ମାଫିଆ। ପୂର୍ବରୁ ରାଜସ୍ବ ବିଭାଗ ହାତରେ ଲଘୁ ଖଣିଜ ସାମଗ୍ରୀର ଉତ୍ତୋଳନ ଓ ଚାଲାଣ ନିୟନ୍ତ୍ରଣ ଦାୟିତ୍ବ ରହିଥିବାବେଳେ ବହୁ ମାତ୍ରାରେ ଧରପଗଡ ହେଉଥିଲା ଏବଂ ପ୍ରାୟ ପ୍ରତିଦିନ ଲଘୁ ଖଣିଜ ସାମଗ୍ରୀର ଚୋରା ଚାଲାଣ କରୁଥିବା ଟ୍ରକ ଓ ଟ୍ରାକ୍ଟର ଜବତ ସହ ଜୋରିମାନା ଆଦାୟ ହେଉଥିଲା। ଫଳରେ ଖଣି ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଭୟ ରହୁଥିଲା। କିନ୍ତୁ ୨୦୨୩ ମସିହାରୁ ଲଘୁ ଖଣିଜ ସମ୍ପଦର ନିୟନ୍ତ୍ରଣ ଦାୟିତ୍ବ ରାଜସ୍ବ ବିଭାଗ ହାତରୁ କାଢି ନିଆଯାଇ ଖଣି ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ସେବେଠାରୁ ଏହା ଖଣି ମାଫିଆଙ୍କ ପାଇଁ ପୁଷମାସ ପାଲଟି ଯାଇଛି । ରାଜ୍ୟ ସରକାର ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବାବେଳେ ପରିବେଶ ଉପରେ ମଧ୍ୟ ବହୁ ମାତ୍ରାରେ କୁପ୍ରଭାବ ପକାଉଛି।

ଆଠଗଡ ସହର ରାସ୍ତା ଦେଇ ମୁଖ୍ୟତଃ ଢେଙ୍କାନାଳ ଜିଲ୍ଲାରୁ ନିୟମିତ ମାଙ୍କଡା ପଥର ଓ କଳା ମୁଗୁନି ପଥର ଜାଲ୍ ‘କେ ଫର୍ମ’ ଜରିଆରେ ଚୋରା ଚାଲାଣ ହେଉଛି । ଆଠଗଡରେ ଖଣି ବିଭାଗର କୌଣସି କାର୍ଯ୍ୟାଳୟ ନ ଥିବାବେଳେ କେବଳ ଜିଲ୍ଲାସ୍ତରରେ ଗୋଟିଏ କାର୍ଯ୍ୟାଳୟ ରହିଛି । ଜିଲ୍ଲା ଖଣି ବିଭାଗ କେବେ ବି ଏସବୁ ଚୋରା ଲଘୁ ଖଣିଜ ଚାଲାଣକୁ ରୋକିବା ଦିଗରେ ଯାଞ୍ଚ କରିବା ବା ଚଢାଉ କରିବାର ନଜିର ନାହିଁ । ଆଠଗଡରେ ନୂତନ ଉପଜିଲ୍ଲାପାଳ ଭାବେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ୨୦୨୪ରେ ଯୋଗ ଦେବା ପରେ ଜାଲ କାଗଜରେ ଖଣିଜ ଚାଲାଣ ଉପରେ ଅନେକ ଥର ଚଢାଉ କରି ବହୁ ଟ୍ରକ ଜବତ କରିଛନ୍ତି। ଜବତ ଟ୍ରକ ଖଣିଜ ବିଭାଗକୁ ହସ୍ତାନ୍ତର ପରେ ସେମାନଙ୍କଠାରୁ ମୋଟା ଅଙ୍କର ଜୋରିମନା ଆଦାୟ ପରେ ଗାଡି ଛଡାଯାଇଛି। ଏହି କ୍ରମରେ ବୁଧବାର ଉପଜିଲ୍ଲାପାଳ ଶ୍ରୀ ଶର୍ମା ମୁଣ୍ଡଳି ପୋଲ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ କରିବାବେଳେ ଚାଳକ ଜାଲ କେ ଫର୍ମ ଦେଖାଇଥିଲା। ଉପଜିଲ୍ଲାପାଳ ଉକ୍ତ ଟ୍ରକଟିକୁ ଜବତ କରି ଆଠଗଡ ପୁଲିସ ସହାୟତାରେ ତାଙ୍କ  କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ ଜାରି କରାଯାଇଛି, ଯେଉଁଥିରେ କେ ଫର୍ମ ବା ଟ୍ରାଞ୍ଜିଟ୍ ପାସ ଅସଲି କି ନକଲି ତାହା ଜାଣିହେବ । ଉକ୍ତ ଆପ୍ ଟି ହେଲା ଇଂରାଜୀ  ଆଇ୪ଏମଏସ୍  (ଆଇ ଛୋଟ ଅକ୍ଷର ଏବଂ ଏମଏସ୍ ବଡ ଅକ୍ଷର) ବୋଲି ଉପଜିଲ୍ଲାପାଳ ଶ୍ରୀ ଶର୍ମାଙ୍କ ସୂତ୍ରରୁ ପ୍ରକାଶ । ବର୍ତ୍ତମାନର ବିଜେପି ସରକାର ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ରୋକିବା ଲାଗି ପୁନର୍ବାର ରାଜସ୍ବ ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କଲେ ଏସବୁ ନିୟନ୍ତ୍ରିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories