www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ଦିଲ୍ଲୀ-ଲକ୍ଷ୍ନୌ ଲଢ଼େଇ: ମୁହାଁମୁହିଁ ହେବେ ରାହୁଲ ଓ ପନ୍ତ

ବିଶାଖାପାଟଣା : ସୋମବାର ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ଚଳିତ ସିଜିନରେ ଟ୍ରଫି ସ୍ବପ୍ନକୁ ପୂରଣ କରିବା ଲକ୍ଷ୍ୟ ରଖି ଅଭିଯାନ ଆରମ୍ଭ କରି​‌େ​‌ବ। ଦିଲ୍ଲୀ କ୍ୟାପିଟାଲ୍‌ସ ଅଲରାଉଣ୍ଡର ଅକ୍ଷର ପଟେଲ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଖେଳିବ। ପଟ୍ଟ ପରିବର୍ତ୍ତନ କରିଥିବା ଋଷଭ ପନ୍ତ୍‌ ଓ ଲୋକେଶ ରାହୁଲ ନୂଆ ଋତୁରେ ନୂଆ ଆଶା ନେଇ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ପନ୍ତ୍‌ ଦିଲ୍ଲୀ ପାଇଁ ମୋଟ୍‌ ୧୧୧ଟି ଆଇପିଏଲ ମ୍ୟାଚ ଖେଳିବା ପ​‌େ​‌ର ଚଳିତ ବର୍ଷ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଦଳକୁ ଆସିଛନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲ ଗତ ୩ ବର୍ଷ ଧରି ଲକ୍ଷ୍ନୌରୁ ଖେଳିବା ପରେ ଅନ୍ୟ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସରେ ସାମିଲ ହୋଇଛନ୍ତି । ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍‌ସରେ ଥିବା ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ୨୦୨୫ ଆଇପିଏଲ ଲାଗି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୨୭ କୋଟି ଟଙ୍କାରେ କ୍ରୟ କରିଛି । ପନ୍ତ ଚଳିତ ଆଇପିଏଲର ସବୁଠାରୁ ଦାମି ଖେଳାଳି ରହିଛନ୍ତି। ଲକ୍ଷ୍ନୌ ଗତ ୩ ବର୍ଷ ହେବ ଆଇପିଏଲ ଖେଳି ଆସୁଛି। ଦଳ ୨୦୨୨ ଓ ୨୦୨୩ରେ ପ୍ଳେ ଅଫକୁ ଉନ୍ନୀତ ହୋଇଥିଲେ ମଧ୍ୟ ୪ର୍ଥ ଓ ୨୦୨୪ରେ ସପ୍ତମ ସ୍ଥାନ ହାସଲ କରିଥିଲା। ଚଳିତ ଆଇପିଏଲରେ ଦଳର ବ୍ୟାଟିଂ ଭାର ପନ୍ତଙ୍କ ସମେତ ମିଚେଲ ମାର୍ଶ, ନିକୋଲାସ ପୁରନ, ଆୟୁଷ ବାଦୋନି, ଡେଭିଡ୍‌ ମିଲର, ଐଡେନ ମାର୍କରାମ, ଅବଦୁଲ ସାମଦଙ୍କ ଉପରେ ନିର୍ଭର କରିବ। ରବି ବିଷ୍ଣୋୟୀ, ସାମରା ଜୋଶେଫ, ପ୍ରିନ୍ସ ଯାଦବ, ସାର୍ଦୁଳ ଠାକୁର, ମୟଙ୍କ ଯାଦବ, ଆଭେଶ ଖାନ ଓ ଆକାଶ ଦୀପ୍‌ଙ୍କ ଭଳି ବୋଲର ରହିଛନ୍ତି। ମୟଙ୍କ, ଆଭେଶ ଓ ଆକାଶ ସମ୍ପୂୂର୍ଣ୍ଣ ସୁସ୍ଥ ନହେବା ଦଳକୁ ଚିନ୍ତାରେ ପକାଇଛି। ଆହତ ମୋହସିନ ଖାନଙ୍କ ସ୍ଥାନରେ ନିଲାମରେ କେହି କିଣିନଥିବା ସାର୍ଦୁଳ ଠାକୁର ​‌େ​‌ଶଷ ମୁହୂର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ୨୦୨୦ରେ ଥରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଦଳ ଚଳିତ ସିଜିନରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି। ହେମାଙ୍ଗ ବନାନିଙ୍କ ପ୍ରଶିକ୍ଷଣପ୍ରାପ୍ତ ଦିଲ୍ଲୀ ଦଳରେ ଫାଫ ଡୁପ୍ଲେସିସ, ଜ୍ୟାକ ଫ୍ରେଜର ମ୍ୟାକଗ୍ରୁକ, ଲୋକେଶ ରାହୁଲ, ସମୀର ରିଜ୍‌ଭି, ଅଭିଷେକ ପୋରେଲ, ତ୍ରିଷ୍ଟାନ ଷ୍ଟବ୍‌ସଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ରାହୁଲ ଦଳ ସହିତ ବିଶାଖାପାଟଣାରେ ରହିଥିଲେ ମଧ୍ୟ ସୋମବାର ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ମୋହିତ ଶର୍ମା, ମିଚେଲ ଷ୍ଟାର୍କ, ଦିମୁଥ ଚାମିରା, ମୁକେଶ କୁମାର, ଟି ନଟରାଜନ ଓ କୁଳଦୀପ ଯାଦବଙ୍କୁ ନେଇ ଦିଲ୍ଲୀର ବୋଲିଂ ଲାଇନ ବେଶ ଶକ୍ତିଶାଳୀ ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍‌ସ ୨ଟି ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୩ଟି ମ୍ୟାଚରେ ବିଜୟୀ ହୋଇଛି। ଲକ୍ଷ୍ନୌ ଶେଷ ୩ଟି ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିବାରେ ସଫଳ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories