www.samajalive.in
Monday, December 8, 2025
24.1 C
Bhubaneswar

ଯୋଡା ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ମାନ୍ୟତା ଦାବି

କେନ୍ଦୁଝରଗଡ:  ଖଣି ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ଦୀର୍ଘବର୍ଷ  ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲି ଆସୁଥିବା ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବିୟଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ନାୟକ କେନ୍ଦୁଝର ଜିଲାର ଯୋଡା ଠାରେ ଥିବା ଇଏସଆଇ ହସପିଟାଲକୁ  ସୁପର ସ୍ପେସିଆଲିଟି ହସପିଟାଲର ମାନ୍ୟତା ଦାବିରେ ଏକ ପତ୍ର ପ୍ରଦାନ କରିଛନ୍ତି।
ଶ୍ରୀ ନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯୋଡା- ବଡବିଲ ଖଣି ଅଞ୍ଚଳ ଦେଶର ସବୁଠାରୁ ବଡ ଲୌହ ଉତ୍ପାଦକ ଅଞ୍ଚଳ ମଧ୍ୟରେ ଅନ୍ୟତମ। ତେଣୁ ଏହି ଅଞ୍ଚଳରେ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନର ଆବଶ୍ୟକତା ରହିଛି।  କେନ୍ଦୁଝର ଭାରତର ଲୌହ ଖଣିଜ ଉତ୍ପାଦନରେ ପାଖାପାଖି ୩୦ ପ୍ରତିଶତ ଯୋଗଦାନ ଦେଇଥାଏ। ଏଠାରେ ୩୭ଟି ଖନନ ପ୍ରକଳ୍ପ ଚାଲୁ ରହିଛି ଓ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଖନନ କାର୍ଯ୍ୟ ଉପରେ ନିର୍ଭରଶୀଳ। ଏହା ସତ୍ୱେ ଏହି ଅଂଚଳରେ ଗୁଣବତ୍ତାପୂର୍ଣ ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି।
ଶ୍ରୀ ନାୟକ କହିଛନ୍ତି ଯେ ଖଣି ଅଂଚଳରେ ବ୍ୟାପକ ଖଣି ଓ ପରିବହନ କାର୍ଯ୍ୟକଳାପ ବେଳେ ପ୍ରତିଦିନ ସଡକ ଦୁର୍ଘଟଣା ଘଟୁଛି, ଯାହା ଫଳରେ ପ୍ରାୟତଃ ଚିକିତ୍ସା ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହଂ ଏହି ଅଞ୍ଚଳର ଚିକିତ୍ସା ଭିତିଭୂମି ଲୋକମାନଙ୍କର  ଆବଶ୍ୟକତା ପୂରଣ  କରିପାରୁନାହିଁ। ଯୋଡା ଓ ବଡବିଲ୍ ଖଣି ଅଞ୍ଚଳରୁ ସବୁଠାରୁ ନିକଟତମ ବଡ଼ ଚିକିତ୍ସା ସୁବିଧା କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ପ୍ରାୟ ୯୦ କି.ମି. ଦୂରରେ ଅବସ୍ଥିତ। ତେଣୁ ସେମାନଙ୍କୁ ସଠିତ ସମୟରେ ଜରୁରୀକାଳୀନ ଚିକିତ୍ସା ମିଳି ପାରୁନାହିଁ।
ସେ ପତ୍ରରେ ଲେଖିଛନ୍ତି ଯେ ଯୋଡା ରେ ଶିଳ୍ପାଂଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକ ମାନଙ୍କ ପାଇଁ ଏକ ଇଏସଆଇ ହସପିଟାଲ ରହିଛି। ଏହି ଇଏସଆଇ ହସପିଟାଲରେ କର୍ମଚାରୀ ଓ ସମ୍ବଳର ଘୋର ଅଭାବ ରହିଛି। ଏଠାରେ ୫୧ଟି ସ୍ୱୀକୃତ ପଦ ଥିବା ବେଳେ ମାତ୍ର ୮ଟି ପଦ ପୂରଣ ହୋଇଛି। ଶ୍ରୀ ନାୟକ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ଦିନ ତଳେ ବିଭିନ୍ନ ଶିଳ୍ପାଂଚଳରେ ଶହେଟି ସୁପର ସ୍ପେସିଆଲିଟି ହସପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଯୋଡା ସ୍ଥିତ ଇଏସଆଇ ହସପିଟାଲକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଏହି ଯୋଜନାରେ ସାମିଲ କରିବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories