www.samajalive.in
Thursday, December 11, 2025
15.1 C
Bhubaneswar

୫ ମିନିଟ ଖୋଲା ବିତର୍କ ପାଇଁ ମୋଦୀଙ୍କୁ ଆହ୍ୱାନ ଦେଲେ ରାହୁଲ

ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତି ଓ ଦେଶର ପ୍ରତିରକ୍ଷା ପ୍ରସଙ୍ଗରେ ୫ ମିନିଟ ଖୋଲା ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ।
ଲୋକସଭାରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିବା ପରେ ପାଲଟା ଆକ୍ରମଣ କରି ରାହୁଲ୍‍ କହିଛନ୍ତି ଯେ ଦେଶର ପ୍ରତିରକ୍ଷା, ରାଫେଲ୍‍ ଚୁକ୍ତି ଓ ଅର୍ଥନୈତିକ ସ୍ଥିତି ଉପରେ ମୋଦୀ ସରକାର ତାଙ୍କ ସହିତ ମାତ୍ର ୫ ମିନିଟ ମୁହାଁମୁହିଁ ଆଲୋଚନା କରନ୍ତୁ। କିନ୍ତୁ ଭୀରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ରାଜି ହେବେ ନାହିଁ। କେହି ଯଦି ତାଙ୍କ ବିରୋଧରେ କିଛି କହିବାକୁ ଛିଡ଼ା ହେଉଛନ୍ତି ତେବେ ମୋଦୀ ଦୌଡ଼ି ଚାଲି ଯାଉଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଅମଳରେ ବିନା ଲାଞ୍ଚରେ କୌଣସି ପ୍ରତିରକ୍ଷା ଚୁକ୍ତି ହୋଇନାହିଁ। ତେଣୁ ରାଫେଲ୍‍ ଚୁକ୍ତିକୁ ସେମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ସେମାନେ ମିଛ ପରେ ମିଛ କହି ଚାଲିଛନ୍ତି। କଂଗ୍ରେସ ଅମଳରେ ମାମା ଚାଚାମାନେ ମଧ୍ୟସ୍ଥତା କରୁଥିଲେ। କଂଗ୍ରେସ ଅମଳରେ ଭାରତର ପ୍ରତିରକ୍ଷା ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା। ଏପରିକି ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ସମୟରେ ସେନାଙ୍କ ପାଖରେ ବୁଲେଟ୍‍ ପ୍ରୁଫ୍‍ ଜ୍ୟାକେଟ ନଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories